ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ଗଜପତି ଶାଖାର ସାଧାରଣ ପରିଷଦ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ର ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜସ୍ବ ଅମଲା ସଂଘ ଗଜପତି ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଓଡ଼ିଶା ରାଜସ୍ବ ଅମଲା ସଙ୍ଘ ଗଜପତି ଶାଖାର ସଭାପତି ଯୁଧିଷ୍ଠିର ରଣସିଙ୍ଗ,ସମ୍ପାଦକ ସନ୍ତୁନୁ ମିଶ୍ର, ସଙ୍ଘଠନର ସମ୍ପାଦକ ସୁଶୀଲ କୁମାର କର,ବସନ୍ତ ପଶପୁରେଡ୍ଡୀ,ପରାମର୍ଶଦାତା ବାବୁଲି ପୂଜାରୀ,ଭୈରବ ପଟ୍ଟନାୟକ, ଶଙ୍କର ଲାଲ ସରେନ୍ ପ୍ରମୁଖଙ୍କ ସମେତ ବହୁ ରାଜସ୍ୱ କର୍ମଚାରୀ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ରାଜ୍ୟ ସଙ୍ଘର ନିର୍ଦ୍ଦେଶ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଓଡ଼ିଶା ରାଜସ୍ବ ଅମଲା ସଙ୍ଘ ଗଜପତି ଶାଖାର ବହୁ କର୍ମଚାରୀ ନିଜର ସମସ୍ୟା ଉପସ୍ଥାପନ କରିଥିଲେ।ସେମାନଙ୍କର ନଅ ଗୋଟି ଦାବୀ ରହି ଥିବା ଓଡ଼ିଶା ରାଜସ୍ବ ଆମଲା ସଂଘ ଗଜପତି ଶାଖାର ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦାବୀ ଗୁଡିକ ଏଣ୍ଟି ଗ୍ରେଡ ପେ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ବୀମା ରେ ସାମିଲ କରିବା, ପ୍ରମୋସନ କରିବା ଏହିଭଳି ବିଭିନ୍ନ ଦାବୀ ରହିଥିଲା।ଦାବୀ ପୂରଣ ନ ହେଲେ 7 ତାରିଖ ଠାରୁ କଳାବ୍ୟାଜ ପିନ୍ଧି କାର୍ଯ୍ୟାଳୟରେ କାର୍ଯ୍ୟରତ କାମ କରିବେ 14 ତାରିଖରୁ କାମ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡ଼ିଶା ରାଜ୍ୟ ଅମଲା ସଙ୍ଘ ଗଜପତି ଶାଖାର ସମ୍ପାଦକ ସନ୍ତୁନୁ ମିଶ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *