କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବୃତ୍ତିରେ ଜଣେ ପୋଲିସ ଅଧିକାରୀ, ହେଲେ ନିଶା ତାଙ୍କର ସଙ୍ଗୀତ। କର୍ମକ୍ଷେତ୍ରରେ ସେ ଯେଉଁଭଳି ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି ସଙ୍ଗୀତ ନିଶା ମଧ୍ୟକୁ ନେଇ ମଧ୍ୟ ସେତିକି ପ୍ରଶଂସିତ । ନାଁ ତାଙ୍କର ରାକେଶ କୁମାର ବେହେରା , ଘର ରାଜକନିକା । ବର୍ତ୍ତମାନ ସେ କଟକ ଦରଘାବଜାର ଥାନାର ଅଧିକାରୀ ଭାବେ କାର୍ଯ୍ୟରତ । ଜଣେ ଦକ୍ଷ ଅଫିସର ଭାବେ ସେ ଯେତିକି ପରିଚିତ ନିଜ ଭିତରେ ଥିବା କଳାକୁ ନେଇ ମଧ୍ୟ ଶ୍ରୀ ବେହେରା ବେଶ ଲୋକପ୍ରିୟ । କନିକା ନାମରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଏବଂ ୩ ବର୍ଷ ଭିତରେ ମୋଟ ୨୮ ଟି ଗୀତ ରେକର୍ଡ଼ିଂ କରି ସେ ଚର୍ଚ୍ଚା କୁ ଆସିଛନ୍ତି । ସେଥି ମଧ୍ୟରୁ ୨ଟି ଗୀତ ଗାଁ ମାଟି ଉପରେ, ୧୪ଟି ଭଜନ, ବାପା ଓ ମା ଙ୍କ ଉପରେ ୨ଟି ଗୀତ, ୭ଟି ଆଲବମ ଗୀତ ରହିଛି । ଏହା ବ୍ୟତୀତ ରୌପ୍ୟ ନଗରୀ କଟକ ସହର ଉପରେ ଗୋଟିଏ ଗୀତ ଓ ଆମ ରାଜ୍ୟ ଉପରେ ମଧ୍ୟ ଗୋଟିଏ ଗୀତ ରଚିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ସବୁ ଗୀତ ଗୁଡିକ ଶ୍ରୀ ବେହେରା ନିଜେ ଲେଖନ୍ତି ଏବଂ ସେଥିରୁ ଅଧିକାଂଶ ନିଜେ ଗାଇଛନ୍ତି । ଦମନ ଚଳଚ୍ଚିତ୍ରରେ ଶ୍ରୀ ବେହେରାଙ୍କର ଗୋଟିଏ ଗୀତ ସ୍ଥାନ ପାଇଛି । ତେବେ ଏନେଇ ରାକେଶ କୁହନ୍ତି ଯେ ଓଡିଶା ହେଉଛି ଶ୍ରୀ ଜଗନ୍ନାଥ ଏବଂ କଳା ସଂସ୍କୃତିର ମାଟି , ଆଉ ଆମର ଏ ମାଟିରେ ସଙ୍ଗୀତର ମହକ ରହିଛି । ମୁଁ ସେଇ ମାଟିର ସନ୍ତାନ ଏବଂ ସଙ୍ଗୀତ ମୋ ନିଶା ଏଥିପାଇଁ କୌଣସି ତାଲିମ ମୁଁ ନେଇନାହିଁ । ମୋ କର୍ତ୍ତବ୍ୟ ସମ୍ପାଦନ ପରେ ମୋତେ ଯାହା କିଛି ସମୟ ମିଳେ ତାରି ଭିତରେ ମୁଁ ଗୀତ ଲେଖେ । ତେବେ ବର୍ତ୍ତମାନ ଯେଉଁଭଳି ଗୀତ ସଙ୍ଗୀତରେ ଦୁଇଅର୍ଥ ବୋଧକ ଶବ୍ଦ ପ୍ରୟୋଗ କରାଯାଉଛି ତାହା ପରିତାପର ବିଷୟ ଏବଂ ଯୁବପିଢ଼ି ସେଥିରୁ ନିବୃତ୍ତ ରହିବା ପାଇଁ ଶ୍ରୀ ବେହେରା ଆହ୍ୱାନ ଜଣାଇଛନ୍ତି ।
ଚର୍ଚ୍ଚାରେ ପୋଲିସ ଅଧିକାରୀ : ୩ ବର୍ଷ ଭିତରେ ୨୮ ଟି ଗୀତ ରେକର୍ଡ କରିଛନ୍ତି !!!

