କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଦୀର୍ଘ ବର୍ଷର ଚାକିରୀ କାଳ ପରେ ଅବସର ନେଲେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପର୍ଶୁରାମ ସାହୁ । ଚାକିରୀ କାଳ ମଧ୍ୟରେ ନିଜ ଦାୟିତ୍ୱ ସମ୍ପାଦନ ତାଙ୍କ କାର୍ଯ୍ୟ ଦକ୍ଷତାକୁ ଯେଉଁଭଳି ଭାବେ ପ୍ରମାଣିତ କରିଛନ୍ତି କର୍ମକ୍ଷେତ୍ର ବାହାରେ ମଧ୍ୟ ଲୋକଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରି ନିଜକୁ ଜଣେ ପରୋପକାରୀ ବ୍ୟକ୍ତିତ୍ୱ ଭାବେ ସମାଜରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । କର୍ମକ୍ଷେତ୍ରରୁ ଅବସର ନେଇଥିଲେ ମଧ୍ୟ ପର୍ଶୁଭାଇଙ୍କୁ ଆମ ହୃଦୟରୁ କେବେ ଅବସର ନେବାକୁ ଦିଆଯିବ ନାହିଁ । କର୍ମମୟ ଜୀବନ ମଧ୍ୟରେ ସେ ଦୁର୍ନୀତି ଠାରୁ ସଦାସର୍ବଦା ଦୁରେଇ ରହିଛନ୍ତି । ଏଣୁ ପର୍ଶୁ ଭାଇ ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ପ୍ରମାଣିତ ହେବା ସହ ତାଙ୍କର ଅବସର ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି ଠିକାଦାର ସଂଘ ପକ୍ଷରୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରାଯାଇଛି ।
ଦକ୍ଷ ଯନ୍ତ୍ରୀ, ପରୋପକାରୀ ଓ ମାନବପ୍ରେମୀ ବ୍ୟକ୍ତିତ୍ୱ – ପର୍ଶୁଭାଇ !!!

