ତାଳବସ୍ତ ଫାଣ୍ଡି ପରିସରରେ ବନ ମହୋତ୍ସବ ପାଳିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସାମ୍ପ୍ରତିକ ସମୟର ପରିବେଶ, ପାଣିପାଗର ଅସନ୍ତୁଳନକୁ ସମାଧାନ କରିବା ଏବଂ ଜନ ସାଧାରଣ ଓ ଶିକ୍ଷର୍ଥୀଙ୍କୁ ସଚେତନ କରେଇବା ପାଇଁ ତାଳବସ୍ତ ଫାଣ୍ଡି ପରିସରରେ ଚଳିତ ବର୍ଷର ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି | ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ତାଳବସ୍ତ ଫାଣ୍ଡି ଅଧିକାରୀ , ଚନ୍ଦକା ଜଙ୍ଗଲ ବିଭାଗ ଫରେଷ୍ଟର ବିକାଶ ପଲେଇ, ତାଳବସ୍ତ ସେବା ସମବାୟ ସମିତିର ସଭାପତି ଅକ୍ଷୟ କୁମାର ବେହେରା, ସମାଜସେବୀ ସୁଧାଂଶୁ ଶେଖର ନାୟକ ପ୍ରମୁଖ ଯୋଗ ଦେଇ ଔଷଧୀୟ ଗଛ ସହିତ ଆମ୍ବ, ପଣସ, ଶାଗୁଆନ ଗଛ ଲଗାଇଥିଲେ | ଉପସ୍ଥିତ ଥିବା ଲୋକମାନଙ୍କୁ ଗଛର ଉପକାରିତା ସମ୍ପର୍କରେ ବୁଝାଇଥିଲେ | ନିଜ ବାଡ଼ିରେ ଗୋଟିଏ ଗୋଟିଏ ଗଛ ଲଗେଵା ପାଇଁ ଶପଥ ପାଠ କରାଯାଇଥିଲା | ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଫୁଲ୍ଲ ସ୍ୱାଇଁ, ପ୍ରସନ ସାହୁ, ଦିଲିପ ସେନାପତି, ସନ୍ଦୀପ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *