ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନୂଆଗାଁ ଗ୍ରାମପଞ୍ଚାୟତ ଖଜୁରୀପଦା ଠାରେ ନୂତନ ଭାବେ ନିର୍ମିତ ଭଗବାନ ଆଦିତ୍ୟ ସେବା ସମବାୟ ସମିତି ଉଦଘାଟିତ ହୋଇଯାଇଛି ! ଏହି ସମିତି ଗଠନ ପାଇଁ ବହୁ ବାଧା ବିଘ୍ନ ସହ ରାଜନୈତିକ ଖଳ ପ୍ରକୃତି ର ଲୋକ ବାଧକ ସାଜିଥିଲେ ! ଭଗବାନ ଏବଂ ଆଦିତ୍ୟ ଙ୍କ ନାମରେ କିପରି ସମିତି ନାମିତ ନହେବ ସେନେଇ ବହୁ ଅପଚେଷ୍ଟା ହୋଇଥିଲା ! ଧନ ବଳ, କ୍ଷମତାବଳ ଓ ବାହୁବଳ ଲଗାଇ , ଗ୍ରାମବାସୀ ଙ୍କ ବହୁ ଦିନର ସ୍ବପ୍ନ ସାକାରରେ ପ୍ରତିବନ୍ଧକ ସାଜିଥିଲେ । କିନ୍ତୁ ଶେଷରେ ଧର୍ମର ଜୟ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି ! ନୂଆଗାଁ ଗ୍ରାମପଞ୍ଚାୟତ ବାସୀ ଙ୍କ ସ୍ବପ୍ନ ପୂରଣ ହେବା ସହ , ଅତି ସୁନ୍ଦର ଭାବରେ ନିର୍ମିତ ସମିତି ର ଉଦଘାଟନ ହୋଇଛି। ଉଦ୍ଘାଟନୀ ଉତ୍ସବ ରେ ଭଗବାନ ଆଦିତ୍ୟ ସେବା ସମବାୟ ସମିତି ର ସମ୍ପାଦକ, ସମିତି ବୋର୍ଡ ସଭାପତି , ସଦସ୍ୟ ଏବଂ ସଦସ୍ୟା ଙ୍କ ସହିତ ନୂଆଗାଁ ଗ୍ରାମପଞ୍ଚାୟତ ର ବହୁ ଚାଷୀ ସାମିଲ୍ ହୋଇଥିଲେ ।
ଉଦଘାଟିତ ହେଲା ଭଗବାନ – ଆଦିତ୍ୟ ସେବା ସମବାୟ ସମିତି !!!

