ମାନବ ସେବାଶ୍ରମ ଉଛେଦ ପାଇଁ ଚାଲିଛି ଚକ୍ରାନ୍ତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ମାନବ ସେବାଶ୍ରମ ଉଛେଦ ପାଇଁ ଚାଲିଛି ଚକ୍ରାନ୍ତ ! ତେବେ କେଉଁ ଆଧାରରେ ଉପ ଜିଲ୍ଲାପାଳ , ତହସିଲଦାର, ଆରଆଇ ମାନବ ସେବାଶ୍ରମ କୁ ଭାଙ୍ଗିବା ପାଇଁ ଆସିଥିଲେ ପଚାରିବାରୁ କେହି କିଛି ଉତ୍ତର ଦେଲେନାହିଁ ! ଅନୁଗୁଳ ର ଜଣାଶୁଣା ସାମାଜିକ କର୍ମୀ କିନ୍ନର ଚିନ୍ମୟୀ ଦାସ ଙ୍କ ଉଦ୍ୟମରେ ଗଢି ଉଠିଥିବା ମାନବ ସେବାଶ୍ରମ କୁ କିଛି ଖଳ ପ୍ରକୃତିର ଲୋକେ ବଦନାମ କରିବା ସହିତ ସେଠି ଅନୈତିକ କାମ ଚାଲିଛି ବୋଲି ଅପପ୍ରଚାର କରୁଛନ୍ତି ! ସରକାରୀ ଅଧିକାରୀ ଆଜି ଗସ୍ତ କରିବା ସମୟରେ ଭିଡ଼ିଓ କରିବା ପାଇଁ ମନା କରିଥିଲେ ! ସେବାଶ୍ରମ ଜାଗାକୁ ନେଇ ହାଇକୋର୍ଟ ରେ କେଶ ଚାଲିଛି, ରାଜସ୍ବ ବିଭାଗକୁ ଲିଜ ଆପ୍ଲାଇ ହୋଇ ବିଚାରାଧୀନ ଅଛି ! ଏପରି ସ୍ଥିତିରେ କିଛି ଲୋକଙ୍କ ପ୍ରରୋଚନାରେ ତାହା ଉଚ୍ଛେଦ ପାଇଁ ମସୁଧା ଚାଲିଥିବାର ଅଭିଯୋଗ ଆଣିଛନ୍ତି ସଂଗଠନର କର୍ମକର୍ତ୍ତା !

Leave a Reply

Your email address will not be published. Required fields are marked *