ଶାନ୍ତି ଶୃଙ୍ଖଳା ରେ ବୋଲବମ ଜଳ ଲାଗି ବ୍ୟବସ୍ଥା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଶାନ୍ତି ଶୃଙ୍ଖଳା ରେ ବୋଲବମ ଜଳ ଲାଗି ବ୍ୟବସ୍ଥା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ! ଆଉ ଦିନ କେଇଟା ପରେ ଶ୍ରାବଣ ମାସ ଜଳାଭିଷେକ ଆରମ୍ଭ ହେବ, ବିଭିନ୍ନ ଶୈବପୀଠ ରେ ବୋଲବମ ଭକ୍ତ ମାନେ ମହାଦେବ ଙ୍କ ମସ୍ତକ ରେ ଜଳ ଲାଗି କରିବେ । କଟକ ଜିଲ୍ଲା ର ବହୁ ପୁରାତନ ଶୈବକ୍ଷେତ୍ର ବାବା ସିଂହନାଥ ପୀଠ । ପୀଠ କୁ ବିଭିନ୍ନ ପ୍ରାନ୍ତରୁ ବୋଲବମ ଭକ୍ତ ମାନେ ଜଳ ଲାଗି କରିବା ପାଇଁ ଆସିବେ । କାଉଡିଆ କିଭଳି ଶାନ୍ତି ଶୃଙ୍ଖଳା ରେ ଜଳ ଲାଗି କରିବେ ସେଥିପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପରିସରରେ ଥିବା OTDC ବଙ୍ଗଳା ରେ ବୋଲବମ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ଅଧିକାରୀ ଶାଶ୍ୱତ ରଞ୍ଜନ ଦାସ ଙ୍କ ପୌରହିତ୍ୟ ରେ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗ ର ଅଧିକାରୀ , ଜନ ପ୍ରତିନିଧି , ମନ୍ଦିର ସେବାୟତ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ବୋଲବମ ଭକ୍ତ ମାନେ କିଭଳି ଶାନ୍ତି ଶୃଙ୍ଖଳା ରେ ଜଳ ଲାଗି କରିବେ ସେ ନେଇ ବିସ୍ତୃତ ଆଲୋଚନା କରାଗଲା । ଭକ୍ତ ଙ୍କ ସୁରକ୍ଷା ପାଇଁ ୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ନଦୀରୁ ପାଣି ଉଠାଇବା ବେଳେ କୌଣସି ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ ଦମକଳ ବାହିନୀ ସଜାଗ ରହିବା ସହ ମେଡିକାଲ ଟିମ ଉପସ୍ଥିତ ରହିବେ । ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ଜିନିଷ ବ୍ୟବହାର ଉପରେ କଟକଣା କରାଯାଇଛି । ମନ୍ଦିର କୁ ଆସୁଥିବା ବୋଲବମ ଭକ୍ତ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ , ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବ ! ଶାନ୍ତି ଶୃଙ୍ଖଳା ପାଇଁ ମନ୍ଦିର ପାର୍ଶ୍ଵ ରେ ଅସ୍ଥାୟୀ ବ୍ୟାରିକେଟ କରାଯାଇଛି ।

Leave a Reply

Your email address will not be published. Required fields are marked *