ଅବସରପ୍ରାପ୍ତ ସୈନିକଙ୍କୁ ନିଜ ମାଁ ମାଟିରେ ସମ୍ମାନିତ କଲେ ଅଞ୍ଚଳବାସୀ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ଼ ଜିଲ୍ଲା ପାଇକମାଳର ଲକ୍ଷ୍ମୀକାନ୍ତ , ପ୍ରଧାନ ଭାରତ ସରକାରଙ୍କ ସ୍ଥଳ ସେନାର କୋର ଅଫ ସିଗ୍ନାଲ ରେଜିମେଣ୍ଟ ରେ ଅବସର ନେଇ ନିଜ ମାଁ ମାଟିକୁ ଫେରିଥିବାରୁ ତାଙ୍କୁ ପାଇକମାଳ ତଥା ଅଞ୍ଚଳବାସୀ ସ୍ବାଗତ କରିଥିଲେ । ଶ୍ରୀ ପ୍ରଧାନ ପାଇକମାଳ ପହଞ୍ଚିବା ପରେ ବ୍ଲକ ସମ୍ମୁଖରୁ ତାଙ୍କ ବାସସ୍ଥାନ ପର୍ଯ୍ୟନ୍ତ ଦୁଇ କିଲୋମିଟର ଯାଏ ଏକ ରାଲି କରାଯାଇ ସ୍ବାଗତ କରାଯାଇଥିଲା । ରାସ୍ତାରେ ଆସିବା ବେଳେ ଅଞ୍ଚଳର ଜନସାଧାରଣ ତାଙ୍କୁ ଉପଢୌକନ ଓ ଫୁଲ ମାଳ ଦେଇ ସ୍ବାଗତ କରିଥିଲେ । ଏହି ସମୟରେ ରାସ୍ତା ସାରା ବାଜା ବଜାଇ ଓ ବାଣ ଫୁଟାଇ ପାଛୋଟି ନିଆଯାଇଥିଲା । ଶ୍ରୀ ପ୍ରଧାନ ଘରକୁ ପହଞ୍ଚିବା ପରେ ତାଙ୍କ ମାତା, ସହଧର୍ମିଣୀ ଓ ପରିବାର ଲୋକେ ତାଙ୍କୁ ବନ୍ଦାପନା କରି ଘରକୁ ପାଛୋଟି ନେଇଥିଲେ । ସେ ଭାରତୀୟ ସେନା ବାହିନୀରେ ୧୬ ବର୍ଷ ପର୍ଯ୍ୟନ୍ତ କାମ କରି ଅବସର ନେଇଛନ୍ତି । ପାଇକମାଳ ର ଗୌରବ ଶ୍ରୀ ପ୍ରଧାନ ପାଇକମାଳ ବାସିନ୍ଦା ହେମଲତା ପ୍ରଧାନ ଓ ସ୍ବର୍ଗତ ନାରାୟଣ ପ୍ରଧାନ ଙ୍କ ସୁପୁତ୍ର ଅଟନ୍ତି । ଯୁବ ପିଢ଼ିଙ୍କୁ ତମେ କି ଉପଦେଶ ଦେବ ବୋଲି ପଚାରିବାରୁ ଭାରତ ମାତାର ସେବା କରିବା ପାଇଁ ସମସ୍ତ ଯୁବକ ଆଗେଇ ଆସନ୍ତୁ ବୋଲି କହିଥିଲେ । ତାଙ୍କ ମାତାଙ୍କୁ ପଚାରିବାରୁ ସମସ୍ତ ମାଁ ମାନେ ନିଜ ନିଜ ପିଲା ମାନଙ୍କୁ ଦେଶ ମାତୃକାର ସେବା କରିବା ପାଇଁ ସେନା ବାହିନୀରେ ଭର୍ତ୍ତି କରନ୍ତୁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *