ନୂଆଗାଁ ପଞ୍ଚାୟତ ସମିତି ବୈଠକରେ ତୁମ୍ବି ତୋଫାନ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ପଞ୍ଚାୟତ ସମିତି ବୈଠକରେ ତୁମ୍ବି ତୋଫାନ ! ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ୧୦ମ ସମିତି ବୈଠକ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା , ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ବିଡ଼ିଓ ଅମୃତ କୁମାର ରାଉଳ, ୧୬ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜସ୍ମିନ୍ ଦାସ, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପ୍ରତିମା ଦଳବେହେରା, ନୂଆଗାଁ ବ୍ଲକ ସାଂସଦ ଙ୍କ ପ୍ରତିନିଧି ଭୀମସେନ ସେଠୀ ଉପସ୍ଥିତ ଥିଲେ ! ଗତ ଅଧିବେଶନ ରେ ଗୃହୀତ ହୋଇଥିବା କାମ କେତେଦୂର ପାଳିତ ହୋଇଛି ବୋଲି ବେରୁହଁlବାରି ସମିତି ସଭ୍ୟ କେଦାର ସେଠୀ ପ୍ରଶ୍ନ କରିବା ସହ , ଭଲରେ କିଛି କାର୍ଯକାରୀ ହେଉନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ l ତାଙ୍କ କଥାକୁ ଢେଙ୍କେଣା ସରପଞ୍ଚ ଯୁଗଳ କିଶ୍ୱର ସାହୁ ସମର୍ଥନ କରି ଆହୁରି ଅସନ୍ତୋଷ ପ୍ରକାଶ କରିଥିଲେ l ପରେ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ପ୍ରଶ୍ନ କରି ଗୂମି ସମିତିସଭ୍ୟ ସଞ୍ଜୀବ କୁମାର ଡାକୁଆ କହିଥିଲେ କି ବିଗତ ଦିନରେ ଗୁମି ଓ କପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର କିଛି ଗ୍ରାମକୁ ସଂଯୋଗ କରିବା ପାଇଁ ସର୍ଭେ କରିଥିଲେ , ତାହା କୋଉଯାଏ କାର୍ଯକାରୀ ହୋଇଛି ! ତାର ତଥ୍ୟ ମାଗିବା ସହ, କପ୍ତାପଲ୍ଲୀ ଠାରୁ ମକରlପଲ୍ଲୀ ରାସ୍ତା ଚାଲିଥିବା କାମ ଆଗରୁ ଜଣାଇଥିଲେ ମଧ୍ୟ କାହିଁକି ରାସ୍ତାକାମ ଭଲରେ ହଉନି, ଆଉ ରାସ୍ତା ରୁ ଇଲେଟ୍ରି ପୋଲ ନ ବାହାର କରି କାହିଁକି ପିଚୁ ପଡୁଛି ବୋଲି ପ୍ରଶ୍ନ କରିଥିଲେ ! ମହିପୁର ବନ୍ୟାଞ୍ଚଳ ର ରେଞ୍ଜର ବନବିଭାଗ ବିଷୟରେ କହିଥିଲେ ଆଉ ବର୍ତ୍ତମାନ ବନ ମହୋତ୍ସବ ଚାଲିଥିବା କଥା କହିଥିଲେ l ବିଧାୟକ କହିଥିଲେ ଅଧିକ ତାଳଗଛ ଲାଗିବାକୁ , କାହିଁକିନା ଅଧିକ ଲୋକ ଏବେ ବଜ୍ରପାତରେ ମୃତ ହେଉଛନ୍ତି l ପରେ ପରେ ଜାକେଡ଼l ସରପଞ୍ଚ, ସମିତି ସଭ୍ୟା ପ୍ରଶ୍ନ କରିଥିଲେ ପ୍ରତିନିଧିଙ୍କ ଅଜାଣତରେ ବ୍ଲକ କାମ କିଏ କରୁଛି କହି , ବିଡ଼ିଓ ଙ୍କୁ ପ୍ରଶ୍ନ ଘେରରେ ଘାଇଲା କରିଥିଲେ l ସେଥିରେ ହସ୍ତକ୍ଷେପ କରି ବିଧାୟକ ରମେଶ ଚନ୍ଦ୍ର ବେହେରା ରାଗିଯାଇ ବିଡ଼ିଓ ଙ୍କୁ ଅସନ୍ତୋଷ ଜାହିର କରିବା ସହ ଆଗାମୀ ଦିନରେ ଏହିଭଳି ଯେମିତି ଭୁଲ ନହୁଏ ବୋଲି ତାଗିଦ୍ କରି ଶୁଣାଇ ଥିଲେ l ତା ସହ PRI ମେମ୍ବର ଙ୍କୁ ଯେମିତି ଆଗାମୀ ଦିନରେ ଅସମ୍ମାନ ନ ହୁଏ କହିଥିଲେ l ବିଧାୟକ ଙ୍କ କଥା କୁ ସମର୍ଥନ କରି ସମସ୍ତ ସରପଞ୍ଚ ଆଉ ସମିତି ସଭ୍ୟ ଛିଡ଼ା ହୋଇ ଟେବୁଲ୍ ବାଡ଼େଇ ସମର୍ଥନ ଜଣାଇଥିଲେ l

Leave a Reply

Your email address will not be published. Required fields are marked *