ଜନ୍ମଦିନ ରେ କପ୍ତାପଲ୍ଲୀ ରେ ବାବା ଲୋକନାଥ ଙ୍କ ଶୈବ ପୀଠ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦଶପଲ୍ଲା ବିଧାୟକ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କପ୍ତାପଲ୍ଲୀ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଦ୍ୱାରା ଶିବ ମନ୍ଦିର ବାବା ଲୋକନାଥଶ୍ୱର ଙ୍କ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି l କପ୍ତାପଲ୍ଲୀ ପଞ୍ଚାୟତ ରେ କୌଣସି ଗ୍ରାମରେ ଶିବ ମନ୍ଦିର ନାହିଁ l ୩୦ବର୍ଷ ତଳେ ପୂର୍ବତନ କନ୍ଧମାଳ ସାଂସଦ ସ୍ବର୍ଗତ ରୁଦ୍ରମାଧବ ରାୟ ଶିବ ମନ୍ଦିର ପାଇଁ କପ୍ତାପଲ୍ଲୀ ରେ ଶୁଭ ଦେଇଥିଲେ l କିନ୍ତୁ କୌଣସି କାରଣ ରୁ ତାହା ହୋଇ ପାରିନଥିଲା ! କପ୍ତାପଲ୍ଲୀ ଗ୍ରାମବାସୀ ଏବଂ ମା ଘାଗୁଡି ଦେବୀ ୟୁଥ୍ କ୍ଲବ୍ ର ଅନୁରୋଧ କ୍ରମେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆର୍ଥିକ ଅନୁଦାନ ଦେବାକୁ ସ୍ୱିକୃତୀ ଦେଇ ଆଜି ନିଜ ଜନ୍ମ ଦିନ ରେ କପ୍ତାପଲ୍ଲୀ ରେ ଶିବ ମନ୍ଦିର ପାଇଁ ଶୁଭ ଭିତ୍ତି ପ୍ରସ୍ତର ଦେଇଥିଲେ l ପ୍ରଥମେ ଭୋଲା ବାବା ମହାଦେବ ଙ୍କ ପ୍ରଥମ ପର୍ଯ୍ୟାୟ ରେ ଏକ ୧୫ ଫୁଟ ଉଚ୍ଚତା ର ପ୍ରତିମୂର୍ତ୍ତି ହେବ l ଯାହା ୩ ମାସ ଭିତରେ ସରିବାର ବ୍ୟବସ୍ଥା ରହିଛି l ତାପରେ ଶିବ ମନ୍ଦିର କାମ ଆରମ୍ଭ ହେବ l ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସମାଜସେବୀ ଶୁଭ୍ରାଂଶୁ ଶେଖର ସେନାପତି, କପ୍ତାପଲ୍ଲୀ ଗ୍ରାମ ସଭାପତି ସୋମନାଥ ବେହେରା, ନଟବର ବେହେରା, ସୁଧୀର ସାମନ୍ତରାୟ, ବିଭୂତି ଭୂଷଣ ବେହେରା, ଫକୀର ମୋହନ ସାହୁ, ପ୍ରଶାନ୍ତ ବେହେରା ଉପସ୍ଥିତ ଥିବା ସମୟରେ କପ୍ତାପଲ୍ଲୀ ଗ୍ରାମବାସୀ ଏବଂ ମା ମାନେ ନାମ ସଂକୀର୍ତ୍ତନ କରିଥିଲେ l ପରେ ପରେ ବିଧାୟକ ମା ଘଗୁଡି ଦେବୀ ୟୁଥ୍ କ୍ଲବ୍ କୁ ଯାଇଥିଲେ ଏବଂ କ୍ଲବ୍ ପିଲାଙ୍କ ଦ୍ଵାରା ବିଧାୟକ ଙ୍କ ଜନ୍ମଦିନ ରେ କେକ୍ କରାଯାଇଥିଲା ଏବଂ ମିଠା ବଣ୍ଟନ କରାଯାଇଥିଲା l

Leave a Reply

Your email address will not be published. Required fields are marked *