ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି ! ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରମ ପବିତ୍ର ଗୈରିକ ଧ୍ୱଜକୁ ପୂଜନ କରିଥିଲେ ! ଅତିଥି ମାନେ ଆଜିକାର ଦିବସର ମହତ୍ତ୍ବ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଦେବୀ ମଠର ମହନ୍ତ ପୂଜ୍ୟ ଶ୍ରୀ ରାମାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜଗନ୍ନାଥ ମନ୍ଦିର ନିକଟରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ଭକ୍ତ ମାନଙ୍କୁ ହାଲୁଆ ପ୍ରସାଦ ବିତରଣ କରାଯାଇଥିଲା । ଭକ୍ତମାନେ ବହୁ ଆନନ୍ଦର ସହ ପ୍ରସାଦ ସେବନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅବିଭାବକ ମାନଙ୍କ ସହଯୋଗ ରେ ସଫଳ ହୋଇଥିଲା । ଏଥିରେ ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ୍ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।
ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ !!!

