ଜାତୀୟ ସ୍ତରୀୟ ବୁଥ ଅଧିକାରୀଙ୍କ ଷଷ୍ଠ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର କାଶ୍ୟପି ବେହେରା ଓ ମିତାଳି ମଧୁସ୍ମିତା ପାଢ଼ୀ ଅତିଥି ଭାବରେ ଯୋଗ ଦେଇ ପଞ୍ଚମ ଦିବସ ତାଲିମ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଭାରତ ନିର୍ବାଚନ କମିଶନର ନିର୍ଦ୍ଧେଶ କ୍ରମେ ଗଜପତି ଜିଲ୍ଲାର ୧୩୬-ମୋହନା(ST)ବିଧାନସଭା ନିର୍ବାଚନମଣ୍ଡଳୀର ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଆଜିର ଏହି ଷଷ୍ଠ ଦିବସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୧୦୦ ଜଣ ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଯେଉଁ ନାଗରିକଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନେ ନୂତନ ଭୋଟର ନିଜର ନାମକୁ ନୂତନ ଭାବେ ଫର୍ମ -୬ ଯୋଗ କରିବା, ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରବାସୀ ଭୋଟରଙ୍କ ଫର୍ମ -୬ (କ) ଯୋଗ କରିବା ,ଫର୍ମ-୬ (ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିବା ,ଫର୍ମ -୭ ରେ ନାମକୁ ବାଦ କରିବା, ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଉଛି । ସେହିପରି ଯୋଗ୍ୟ ବିବେଚିତ ଭୋଟର ମାନେ ଅନଲାଇନ୍ ମାଧ୍ୟମରେ www.nvsp.voterportal.eci.gov.in ଭୋଟର ହେଲ୍ପ ଲାଇନ ଅପ୍ ବ୍ୟବହାର କରିବା ସହିତ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ମଧ୍ୟ ଆବେଦନ କରିପାରିବେ। ଆଜିର ତାଲିମ ପ୍ରଦାନ ପରେ ପରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ଛଅ ଦିନ ଧରି ଅନୁଷ୍ଠିତ ହୋଇ ଆଜି ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଛି। ଷଷ୍ଠ ଦିନ ତାଲିମ କାର୍ଯ୍ୟକ୍ରମରେ ମୋହନା ବିଧାନସଭା ନିର୍ବାଚନମଣ୍ଡଳୀର ଶ୍ରୀ ରାଜୁ ମଲିକ, ଶିକ୍ଷକ,ଶ୍ରୀ ନରେଶ ପ୍ରଧାନ, ସିଆରସିସି,ଶ୍ରୀ ନରସିଂହ ଚନ୍ଦ୍ର ମିଶ୍ର, ଜିପିଓ , ଶ୍ରୀ ରଜନୀକାନ୍ତ ସାହୁକାର, ସିଆରସିସି ରହିଥିବା ବେଳେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୟା.ଶିବ କୁମାର, ଶିକ୍ଷକ,ଏମ.ଉମାପତି, ସିଆରସିସି,ରଶ୍ମିତା ସାମଲ ସିଆରସିସି ଓ ପି.ଭେଙ୍କଟେଶ୍ୱରଲୁ ପ୍ରମୁକ ମାଷ୍ଟୋର ଟ୍ରେନର ବାଭରେ ଉପସ୍ଥିତ ରହି ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ଜିଲ୍ଲା ନିର୍ବାଚନ ବିଭାଗର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *