କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତର କେଶରପୁର ଗ୍ରାମରେ ଗତକାଲି ରାତିରେ ଘଟିଛି ଏକ ଅମାନବୀୟ ଘଟଣା ! ଗତକାଲି ବିଳମ୍ବିତ ରାତିରେ କେଶରପୁର ଗ୍ରାମର ପ୍ରମୋଦ କୁମାର ସେଠୀ, ବୟସ ପ୍ରାୟ ୫୮ ବର୍ଷ, କୌଣସି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ଏକ ପରିତ୍ୟକ୍ତ ଘରେ ତାଙ୍କର ଶବ ଫୋପାଡ଼ି ଦିଆ ଯାଇଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି । ପାରିପାର୍ଶ୍ୱିକ ସ୍ଥିତି ଅନୁଯାୟୀ, ଏହି ହତ୍ୟାକାଣ୍ଡ ଇଟା ଓ ପଥର ଦ୍ୱାରା ଘଟିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ସାଇଣ୍ଟିଫିକ ଟିମ ତଦନ୍ତ ପାଇଁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ସତ୍ୟାସତ୍ୟ କ’ଣ ବାହାରିବ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ନୃଶଂସ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ସୃଷ୍ଟି କରିଛି ।
କେଶରପୁର ଗ୍ରାମରେ ନୃଶଂସ ହତ୍ୟାକାଣ୍ଡ !!!

