ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ଉପଖଣ୍ଡ ପ୍ରଶାସନ ତରଫରୁ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନ୍ତର୍ଗତ ଦଶମ ଶ୍ରେଣୀ ପରୀକ୍ଷାରେ A1 ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ତାଳଚେର ବ୍ଲକ ର ୭ ଜଣ ଓ କଣିହା ବ୍ଲକ ର ୪ ଜଣ ପିଲାଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଉଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଏକ ଅଭିନନ୍ଦନ ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସମୀର କୁମାର ଜେନା, ମହାନିର୍ଦ୍ଦେଶକ ACB, ୱାସେରୀ , ଡଅଁରା ତାଳଚେର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସିଂଙ୍ଗ, ତହସିଲଦାର ଶ୍ରୀଯୁକ୍ତ ଅଲଫା ଜେନା, ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ବରାଳ, ସହାୟକ ଜିଲ୍ଲାପାଳ ଶ୍ରୀଯୁକ୍ତ ମାନସ ରଞ୍ଜନ ସେଠ , ତହସିଲଦାର କଣିହା ଶ୍ରୀଯୁକ୍ତ ଚିନ୍ମୟ ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଖଗେଶ୍ୱର ବେହେରା ଓ ସମସ୍ତ ତାଳଚର ପ୍ରଶାସନିକ କର୍ମଚାରୀ ଙ୍କ ଉପସ୍ଥିତି ରେ, କୃତିତ୍ୱ ଲାଭ କରିଥିବା ସମସ୍ତ ୧୧ ଜଣ ଛାତ୍ରଛାତ୍ରୀ ମାନଙ୍କୁ , ସେମାନଙ୍କ ଅଭିଭାବକ ତଥା ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଦେବା ସହ ତାଙ୍କର ଭବିଷ୍ୟତ ଶିକ୍ଷା ର ଉନ୍ନତି ପାଇଁ ଦିଗ୍ ଦର୍ଶନ ଦେଇଥିଲେ।
A1 ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ତାଳଚେର ବ୍ଲକ ର ୭ ଜଣ ଓ କଣିହା ବ୍ଲକ ର ୪ ଜଣ ପିଲାଙ୍କୁ ସମ୍ବର୍ଦ୍ଧନା !!!

