ସମସ୍ୟା ଘେରରେ ରହିଛି , ଜଳଛାୟା ପ୍ରକଳ୍ପ ତଥା ମୃତ୍ତିକା ସଂରକ୍ଷଣ ବିଭାଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା , ପାରଳାଖେମୁଣ୍ଡିରେ ଥିବା ଜଳଛ।ୟା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ବିଭାଗର କାର୍ଯ୍ୟାଳୟ ଟି ସମସ୍ୟା ଘେରରେ ଥିବ। ଦେଖିବାକୁ ମିଳିଛି । ସରକାରଙ୍କ ଯୋଜନା ବାଟ ହୁଡୁଛି । ସରକାର ଜିଲ୍ଲାର ବିକାଶ ସକାଶେ କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି , କିନ୍ତୁ ତାହା କିପରି କାର୍ଯ୍ୟକାରୀ ହେଉଛି ଯାଞ୍ଚ କରିବ। ଆବଶ୍ୟକ ରହିଛି , ବିଭିନ୍ନ ଯୋଜନା ବାଟ ହୁଡୁଛି । ଏଠାରେ କାର୍ଯ୍ୟରତ କର୍ମଚାରୀ ଦୀର୍ଘ ବର୍ଷ ହେଲା ବଦଳି ହେଉ ନାହାଁନ୍ତି ଯାହା ଫଳରେ ଜିଲ୍ଲାରେ ବିକାଶ ହେଉ ନାହିଁ । କିଏ ତ ଦଶ ବର୍ଷ ତ କିଏ ତା ଠାରୁ ଅଧିକ ବର୍ଷ ରହିଛନ୍ତି । ସରକରଙ୍କ ନିୟମ ତିନି ବର୍ଷ କିନ୍ତୁ ଏଠାରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟରତ ଏମାନଙ୍କୁ ସରକାରଙ୍କ ନିୟମ ନାହିଁ । ସରକାର ସ୍ଵଛତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କ ସରକାରର ଏହିକି ନୀତି କର୍ମ ଚାରୀଙ୍କୁ ବଦଳି ହେଉନାହିଁ ସେମାନଙ୍କୁ ସୁରକ୍ଷ। କିଏ ଦେଉଛି ! ଯାହା ଫଳରେ ସେମାନେ ଅନ୍ୟତ୍ର ବଦଳି ନ ହୋଇ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହେଉଛି । ଗଣତନ୍ତ୍ର ଶାସନରେ ଏପରି ହେବା ଶୋଭନିୟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *