ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜୁଲାଇ ରୁ ମଧ୍ୟସ୍ଥତା ଅଭିଯାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଓ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜଙ୍କ ନିର୍ଦ୍ଦେଶକ୍ରମେ ମାମଲାର ସମାଧାନ ନିମନ୍ତେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ୱତନ୍ତ୍ର ମଧ୍ୟସ୍ଥତା ମାଧ୍ୟମରେ ପାରିବାରିକ, ରଫାଯୋଗ୍ୟ, ଦୁର୍ଘଟଣା ଜନିତ,ଘରୋଇ ହିଂସା,ଜମିଜମା ବଣ୍ଟନ ଜମି ଅଧିକରଣ,ଚାକିରୀ ସଂକ୍ରାନ୍ତିୟ ଗ୍ରାହକ, ସେବା ଜନିତ, ବ୍ୟାଙ୍କ ସମ୍ବନ୍ଧୀୟ ମାମଲା ଯେପରି ଚେକ ବାଉନ୍ସ,ଋଣ ଆଦାୟ ଇତ୍ୟାଦି ମାମଲା ଗୁଡିକର ବିକଳ୍ପ ସମାଧାନ ପ୍ରକ୍ରିୟା ନିମନ୍ତେ ଶିବିର ଆୟୋଜନ କରାଯାଉଛି।ଅଦାଲତରେ ଵିଚାରଧୀନ ଥିବା ମୋକଦ୍ଦମା ଗୁଡିକ ର ବିଚାର ଅପେକ୍ଷା ନିରପେକ୍ଷ ତୃତୀୟ ବ୍ୟକ୍ତିଙ୍କ ସହାୟତାରେ ବିବାଦର ଗ୍ରହଣ ଯୋଗ୍ୟ ଓ ସୃଜନାତ୍ମକ ଢଙ୍ଗରେ ସମାଧାନ କରିବା,ବିବାଦର ପରିସମାପ୍ତି ନିମନ୍ତେ ସମାଧାନମୂଳକ ଆଲୋଚନା, କଥାବାର୍ତ୍ତା ଦ୍ବାରା ବିବାଦଲିପ୍ତ ପକ୍ଷଙ୍କ ମଧ୍ୟରେ ଥିବା ମତ ପାର୍ଥକ୍ୟ ଦୂର କରି ସମାଧାନ ରାସ୍ତା ବାହାର କରିବା ଏହାର ଲକ୍ଷ୍ୟ। ମଧ୍ୟସ୍ଥତା ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟ ମୁକ୍ତ।ମଧ୍ୟସ୍ଥତା ଦ୍ବାରା ମାମଲାର ସମାଧାନ ହେବା ଯୋଗୁଁ ପକ୍ଷମାନଙ୍କ ସମୟ ଶ୍ରମ ଓ ଅର୍ଥ ସଞ୍ଚୟ ହୋଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି

Leave a Reply

Your email address will not be published. Required fields are marked *