ନୟାଗଡ଼ ରେ ରାଣୀମା ଙ୍କୁ ସମ୍ବର୍ଦ୍ଧନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଭାରତୀୟ ଜନତା ପାର୍ଟି ନୟାଗଡ଼ ତରଫରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବରିଷ୍ଠ ଭାଜପା ନେତ୍ରୀ ତଥା ନୟାଗଡ଼ର ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ନୟାଗଡ଼ ବିଜିପୁର ଗେଟ ଠାରୁ ନୟାଗଡ଼ ପୁରୁଣା ରାଜବାଟି ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ଭାରତୀୟ ଜନତା ପାର୍ଟି ନିମନ୍ତେ ନିର୍ବାଚିତ ହେବା ପରେ ନୟାଗଡ଼ର ଭାଜପା କର୍ମୀମହଲରେ ଆନନ୍ଦର ମହଲ ସୃଷ୍ଟି ହୋଇଅଛି। ଏହି ଶୋଭାଯାତ୍ରା ସମୟରେ ରାସ୍ତାର ପ୍ରତ୍ୟେକ ଗାଁ ମୁଣ୍ଡରେ ରାଣୀମାଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ନୟାଗଡ଼ବାସୀ ସମ୍ମାନିତ କରିଥିଲେ। ଆଜିର ପ୍ରବଳ ଖରା ସତ୍ତ୍ୱେ ନୟାଗଡ଼ବାସୀଙ୍କ ଏହି ଅଦ୍ଭୂତପୂର୍ବ ସମ୍ମାନ ପାଇଁ ଚିର ଋଣୀ ରହିବା ସହ ନୟାଗଡ଼ିଆ ତଥା ଭାରତୀୟ ଜନତା ପାର୍ଟି ନିମନ୍ତେ ଅହରହ କାର୍ଯ୍ୟ କରିବା ନିମନ୍ତେ ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସମ୍ବର୍ଦ୍ଧନା ସଭାରେ ନିଜର ଉଦବୋଧନରେ ପ୍ରକାଶ କରିଅଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା ଶୋଭାଯାତ୍ରା ଓ ସଭାରେ ବରିଷ୍ଠ ଭାଜପା ନେତା ନାସିର ଅହେମ୍ମଦ, ପ୍ରହଲ୍ଲାଦ ବରାଡ଼, ସୌମ୍ୟ ରଞ୍ଜନ ପ୍ରଧାନ, ସ୍ମିତା ସାହୁ, ସମସ୍ତ ମଣ୍ଡଳ ସଭାପତି ଓ ପ୍ରତିନିଧି ସମେତ ୧୫୦୦ ରୁ ଉର୍ଦ୍ଧ୍ବ ଭାଜପା କର୍ମୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *