ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଦେଶ ସ୍ଵାଧୀନ ହେବାର ସାତ ଦଶନ୍ଧି ବିତିଯାଇଛି, ଦେଶରେ ଅନେକ କିଛି ପରିବର୍ତ୍ତନ ଘଟିଛି । ହେଲେ ବ୍ରିଟିଶ ଶାସନ କାଳରେ ଆଦିବାସୀ ହରିଜନ ବହୁଳ ବାହାଡ଼ାଝୋଲା ଅଞ୍ଚଳରେ ବ୍ରିଟିଶ ଶାସନ ବିରୁଦ୍ଧରେ ଉଠିଥିବା ସ୍ୱର ଓ ସ୍ଵାଧୀନତା ସଂଗ୍ରାମୀ ଙ୍କୁ ଦମନ କରିବା ପାଇଁ ୧୯ ୪୦ ମସିହାରେ ସ୍ଥାପିତ ବାହାଡ଼ାଝୋଲା ଫାଣ୍ଡି ର କୌଣସି ପରିବର୍ତ୍ତନ ହୋଇନଥିବା ବେଳେ, ଆଜି ପର୍ଯ୍ୟନ୍ତ ମିଳିଲାନି ଥାନାର ମାନ୍ୟତା । ସମୟକ୍ରମେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ବଣ ପାହାଡ ଘେରା ଅବିଭକ୍ତ ବାହାଡ଼ାଝୋଲା ଅଞ୍ଚଳ ତଥା, ବାହାଡ଼ାଝୋଲା, ବେରୁଆଁବାରି, ସୀଙ୍ଗାରପଲ୍ଲୀ,ହରିପୁର, ଗୁମି, କାପ୍ତାପଲ୍ଲି ପ୍ରଭୃତି ପଞ୍ଚାୟତ ରେ ବସବାସ କରୁଥିବା ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ନିଜ ଧନ ଜୀବନ ର ସୁରକ୍ଷା ଏବଂ ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଏହି ବାହାଡ଼ାଝୋଲା ଫାଣ୍ଡି ଉପରେ ନିର୍ଭର କରନ୍ତି । ୯୭ ଟି ରାଜସ୍ବ ଗ୍ରାମରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଥିବା ଏହି ଫାଣ୍ଡିରେ ଆବଶ୍ୟକ କର୍ମଚାରୀ ନଥିବା ବେଳେ, ଧୀରେ ଧୀରେ ଅପରାଧିକ କାର୍ଯ୍ୟକଳାପ ବଢୁଥିବାରୁ ,ଅଞ୍ଚଳର ଶାନ୍ତିପ୍ରିୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ! ହେଲେ ଥାନା ର ମାନ୍ୟତା ପାଇଁ ସରକାରଙ୍କ ନିର୍ଦ୍ଧାରିତ ସମସ୍ତ ଆବଶ୍ୟକତା ପୂରଣ କରୁଥିବା ସ୍ଥଳେ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ବୈମାତୃକ ମନୋଭାବ ଏବଂ ନିର୍ବାଚିତ ଜନପ୍ରତିନିଧି ଙ୍କ ଇଚ୍ଛାଶକ୍ତି ଅଭାବ ରୁ ଆଯିପର୍ଯ୍ୟନ୍ତ୍ ବାହାଡ଼ାଝୋଲା ଫାଣ୍ଡି କୁ ଥାନା ର ମାନ୍ୟତା ମିଳି ପାରିନାହିଁ। ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ମାନଙ୍କର ଏକ ବୈଠକ ଫାଣ୍ଡି ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ନିରଂଜନ ସାହୁ ଙ୍କ ଆହ୍ଵାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଅଞ୍ଚଳର ବୁଦ୍ଧିଜୀବୀ ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ସାହୁ,ବଂଶୀଧର ମହାପାତ୍ର ,ସୁରେଶ କୁମାର ସାହୁ,ଭିକ୍ଷାକାରି ବକ୍ସି,ମହେନ୍ଦ୍ର କୁମାର ସାହୁ,ସତ୍ୟନାରାୟଣ ସାହୁ,ଙ୍କ ସମେତ ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି , ବାହାଡ଼ାଝୋଲା ଫାଣ୍ଡି କୁ ଥାନା ର ମାନ୍ୟତା ପ୍ରଦାନ ଦିଗରେ ସମସ୍ତ ପ୍ରକାର ସହଯୋଗ ଓ କାର୍ଯ୍ୟ କରିବା ପାଇଁ ସହମତି ପ୍ରଦାନ କରିଥିଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ସାହୁ ଙ୍କ ସମେତ ସାମ୍ବାଦିକ ନିରଞ୍ଜନ ସାହୁ,ବିରଞ୍ଚି ନାରାୟଣ ବେହେରା,ପ୍ରମୋଦ କୁମାର ନାୟକ,ଲୋକନାଥ ମହାପାତ୍ର,ରବୀନ୍ଦ୍ର କୁମାର ସାହୁ,ଦାଶରଥି ମହାଙ୍କୁଡ଼ ପ୍ରମୁଖ ସାମ୍ବାଦିକ ମାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ, ଆଗାମୀ ଦିନରେ ବାହାଡ଼ାଝୋଲା ଫାଣ୍ଡି କୁ ଥାନା ର ମାନ୍ୟତା ପ୍ରଦାନ ପାଇଁ ଜିଲ୍ଲାପାଳ ନୟାଗଡ଼,ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଡିଜି, ସ୍ଥାନୀୟ ବିଧାୟକ,କନ୍ଧମାଳ ସାଂସଦ, ଏବଂ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ସହ ସଦୟ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ସର୍ବସମ୍ମତ ନିଷ୍ପତି ନିଆଯାଇଛି। ଦେଖିବାକୁ ରହିଲା ବାହାଡ଼ାଝୋଲା ଫାଣ୍ଡି କୁ କେବେ ଆବଶ୍ୟକ କର୍ମଚାରୀ ଯୋଗାଇ ଦିଆଯାଉଛି ? ଏବଂ ବାହାଡ଼ାଝୋଲା ଫାଣ୍ଡି କୁ ମିଳୁଛି ଥାନାର ମାନ୍ୟତା ?
ବାହାଡ଼ାଝୋଲା ଫାଣ୍ଡି କୁ ଥାନା ମାନ୍ୟତା ପ୍ରଦାନ ପାଇଁ ଏକାଠି ହେଲେ ସାମ୍ବାଦିକ ଓ ବୁଦ୍ଧିଜୀବୀ !!!

