ସେଞ୍ଚୁରୀୟାନ ବିଶ୍ବ ବିଦ୍ୟାଳୟରେ ରେ ରକ୍ତଦାନ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି ଏବଂ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ସ୍ୱଇଚ୍ଛାରେ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏହି ଶିବିରରେ ଯୁବ ରେଡ୍ କ୍ରସର ଛାତ୍ର ସେବମାନେ ଲୋକଙ୍କ ମଧ୍ୟରେ ରକ୍ତ ଅଭାବ ବିଷୟରେ ଜଣାଇଥିଲେ ଏବଂ ପ୍ରତିବର୍ଷ ରକ୍ତଦାନ କରିବାର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ। ଏହା ଏକ ସାମାଜିକ ସେବା ଓ ଦାୟିତ୍ୱର ଅଙ୍ଗ ଭାବରେ ଗଣାଯାଏ । ଯୁବ ରେଡ୍ କ୍ରସ, CUTM, ପାରଳାଖେମୁଣ୍ଡି କ୍ୟାମ୍ପସ ଦ୍ୱାରା 26.07.2025 ରେ କାର୍ଗିଲ୍ ବିଜୟ ଦିବସକୁ ସ୍ମରଣ କରି ଏହି ଶିବିର ଆୟୋଜିତ ହୋଇଥିଲା। ଯୁବ ରେଡ୍ କ୍ରସର ସେବକମାନେ ଶିବିର ସ୍ଥଳରେ ସମସ୍ତ ପ୍ରସ୍ତୁତି କାମ ସମ୍ପନ୍ନ କରିଥିଲେ । ଏହି ଶିବିରକୁ ଡଃ ଅନିତା ପାତ୍ର, ରେଜିଷ୍ଟ୍ରାର, CUTM, ଓଡିଶା ଓ ଡଃ ରମ୍ୟା ଜୟନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରଳାଖେମୁଣ୍ଡି ଉଦ୍ଘାଟନ କରିଥିଲେ। ଡଃ ପ୍ରଜ୍ଞା ପାଣି, ଏସୋସିଏଟ୍ ଡିନ୍, School of Management, ଓ ପ୍ରଫେସର୍ ଏସ୍. ଏନ୍. ସନ୍ଧ୍ୟା, ଭାଇସ୍ ପ୍ରିନ୍ସିପାଲ୍, ନର୍ସିଂ ବିଭାଗ ଉପସ୍ଥିତ ଥିଲେ। ଓଡିଶା ବ୍ଲଡ୍ ସେଣ୍ଟର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପାରଳାଖେମୁଣ୍ଡିର ଖଗେଶ୍ୱର ବେହେରା ନେତୃତ୍ୱ ରେ ଡାକ୍ତର ଓ ଟେକ୍ନିସିଆନ୍ ଦଳ ଦାନକାରୀଙ୍କୁ ଯାଞ୍ଚ କରି ରକ୍ତ ସଂଗ୍ରହ କାମ ଆରମ୍ଭ କରିଥିଲେ। ଡାକ୍ତରୀ ଦଳ ଦାନକାରୀ ମାନଙ୍କୁ ମନୋବଳ ଦେଇ ସମସ୍ତଙ୍କୁ ଯଥାଯଥ ଭାବେ ଦେଖଭାଳ କରିଥିଲେ। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଉତ୍ସାହରେ ରକ୍ତ ଦାନ କରିଥିଲେ । ମୋଟ 41 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଶିବିରକୁ ବରିଷ୍ଠ YRC କାଉନ୍ସେଲର୍ ଡଃ ସୁଶାନ୍ତ କୁମାର ପଟ୍ଟନାୟକ ତଦାରଖ କରିଥିଲେ, ତାଙ୍କୁ ଡଃ ରିତେଶ କୁମାର, ଡିନ୍ ଛାତ୍ର କଳ୍ୟାଣ ଶାଖା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *