ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବଡମ୍ବା ଚିନିକଳ ପୁନଃଉଦ୍ଧାର କୁ ନେଇ ଆଉପାଦେ ଆଗକୁ ବଢିଲା ସରକାରୀ ପଦକ୍ଷେପ ! କଟକ ଜିଲ୍ଲା ବଡମ୍ବା ତହସିଲ ଅଧୀନ ରେ ଥିବା ବଡମ୍ବା କୋ-ଅପରେଟିଭ ଚିନିକଳ ପରିଦର୍ଶନ ଆସିଥିଲେ ସମବାୟ ଚିନି ଶିଳ୍ପ ପରିଚାଳନା କମିଟି ର ଅଧିକାରୀ ବୃନ୍ଦ ଏବଂ ଅଗ୍ରଣୀ ଚିନି ଶିଳ୍ପ ସଂସ୍ଥା ଇଣ୍ଡିଆନ ଫସଫେଟ ଲିମିଟେଡ଼ ର କର୍ତୃପକ୍ଷ ! ରାଜ୍ୟ ସମବାୟ ସଂସ୍ଥାନ ର ଅଧିକାରୀ, ଆଠଗଡ଼ ARCS, ସ୍ଥାନୀୟ ତହସିଲଦାର, ସ୍ଥାନୀୟ ବିଧାୟକ ଚିନିକଳ ପରିସରରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ! ତା ସହ ଆଖୁ ଚାଷ ହୋଇଥିବା କ୍ଷେତ୍ର ପରିଦର୍ଶନ କରି ଚାଷୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଆଖୁ ଚାଷ ନେଇ ଅଞ୍ଚଳବାସି ଙ୍କ ଆଗ୍ରହ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ କେନ୍ଦୀୟ ଟିମ । ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇ ଏକ ବର୍ଷ ଭିତରେ ବାୟୋ CNG ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ସହ ଦେଢ଼ ରୁ ଦୁଇ ବର୍ଷ ମଧ୍ୟରେ ଚିନିଶିଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦୀୟ ଟିମ ସୂଚନା ଦେଇଛନ୍ତି ।
ବଡମ୍ବା ଚିନିକଳ ପୁନଃଉଦ୍ଧାର କୁ ନେଇ ଆଉ ପାଦେ ଆଗକୁ ବଢିଲା ସରକାରୀ ପଦକ୍ଷେପ !!!

