କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରା ବିଧାୟକଙ୍କ ଡେରାବିଶ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ସେବା ଅବସ୍ଥା ଉପରେ ତଦନ୍ତ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଆଜି ଡେରାବିଶ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ଅବସ୍ଥା ବିଷୟରେ ତଦନ୍ତ କରିଛନ୍ତି । ସେ ରୋଗୀ, ଚିକିତ୍ସକ ଓ ଅନ୍ୟ କର୍ମଚାରୀ ଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଅଭାବ, ସମସ୍ୟା ଓ ଆବଶ୍ୟକତା ବିଷୟରେ ସୂଚନା ନେଇଛନ୍ତି । ବିଧାୟକ ମହାପାତ୍ର କହିଛନ୍ତି ଯେ, ଗ୍ରାମାଞ୍ଚଳର ଲୋକଙ୍କୁ ମୂଳ ସ୍ତରରେ ଉଚିତ ଚିକିତ୍ସା ସୁବିଧା ଦେବା ହିଁ ତାଙ୍କର ପ୍ରାଥମିକ ଲକ୍ଷ୍ୟ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, ଔଷଧ, ଯନ୍ତ୍ରପାତି ଓ ସ୍ଵଚ୍ଛତା ସହିତ ଅନ୍ୟ ସେବା ଉପରେ ଗୁରୁତ୍ୱ ଦେଇ ସେ ଏକ ରିପୋର୍ଟ ସୂଚନା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରେରଣା କରିବେ ବୋଲି ଜଣାଇଛନ୍ତି । ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଅଞ୍ଚଳର ବିଭିନ୍ନ ସରପଞ୍ଚ, ସମିତି ସଭ୍ୟ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଅଞ୍ଚଳବାସୀ ବିଧାୟକଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରି ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ପରିଦର୍ଶନ ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତି ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ ।
ପାଟକୁରା ବିଧାୟକଙ୍କ ଡେରାବିଶ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ !!!

