କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଓଲଢି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମାନି ଓ ମଧ୍ୟାନ ଭୋଜନ ବଣ୍ଟନରେ ଅନିୟମିତତା ନେଇ ଗ୍ରାମବାସୀମାନେ ତୀବ୍ର ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକ ମାନଙ୍କ ଅଭିଯୋଗ, ବିଦ୍ୟାଳୟରେ ନିୟମିତ ଭାବରେ ଖାଦ୍ୟ ପ୍ରସ୍ତୁତି ହେଉନାହିଁ, ମେନୁ ଅନୁଯାୟୀ ବ୍ୟଞ୍ଜନ ଯୋଗାଣ ହୋଇନଥିବା ସହିତ, ଗୋଟିଏ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀଙ୍କୁ ଅଣ୍ଡା ମଧ୍ୟ ଯୋଗାଣ ହେଉନାହିଁ। ଏହା ଫଳରେ ଶିଶୁ ମାନଙ୍କ ପୋଷଣରେ ଗୁରୁତର ପ୍ରଭାବ ପଡୁଥିବା ଦାବି କରିଛନ୍ତି ସ୍ଥାନୀୟମାନେ। ଗ୍ରାମବାସୀ ମାନେ କହିଛନ୍ତି, ପ୍ରଧାନ ଶିକ୍ଷୟତ୍ରୀଙ୍କ ଅସହଯୋଗୀ ଭାବଧାରା ଓ ମନମାନିର କାରଣରେ ବିଦ୍ୟାଳୟ ପରିବେଶ ମଧ୍ୟ ପ୍ରଭାବିତ ହେଉଛି। ସେମାନେ ଶିକ୍ଷା ବିଭାଗ ଓ ପ୍ରଶାସନକୁ ତ୍ୱରିତ ଘଟଣାସ୍ଥଳ ପରିଦର୍ଶନ କରି, ତଦନ୍ତ କରିବା ସହିତ ଦାୟୀଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଓଲଢ଼ି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ !!!

