ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ପ୍ରଶିକ୍ଷଣ ପ୍ରଦାନ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପଞ୍ଚାୟତ ଆଞ୍ଚଳିକ ସମ୍ବଳ କେନ୍ଦ୍ରର ସଭା ଗୃହ ଠାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ପ୍ରଶିକ୍ଷଣ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଶାଣୀ ବ୍ଲକ ଓ ଗୁମ୍ମା ବ୍ଲକ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ପ୍ରଶିକ୍ଷଣ ନେଉଛନ୍ତି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ମୁନିଦ୍ର ହାନାଙ୍ଗା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । କିପରି ପ୍ରସ୍ତୁତ ରହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରିବେ ଓ କିପରି ପରିଚାଳନା କରିପାରିବେ ତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଉଛନ୍ତି ।
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ପ୍ରଶିକ୍ଷଣ ପ୍ରଦାନ !!!

