ଉତ୍କଳ କଳାକାର ଏକାଡେମୀ – ଯାଜପୁର ଜିଲ୍ଲା ଶାଖା ର କର୍ମକର୍ତ୍ତା ଚୟନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଉତ୍କଳ କଳାକାର ଏକାଡେମୀ ଯାଜପୁର ଜିଲ୍ଲା ସଂଘର କାର୍ଯ୍ୟକର୍ତ୍ତା ଚୟନ ଜିଲ୍ଲାର ଟାଉନ ମିଶନ ଶକ୍ତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ! ରାଜ୍ୟ ର ଅଗ୍ରଣୀ କଳାକାର ସଂଗଠନ ଉତ୍କଳ କଳାକାର ଏକାଡେମୀ ର ରାଜ୍ୟ ଅଧ୍ୟକ୍ଷ ଶଶଧର ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠାନ ର ସଭାପତି ନୃସିଂହନାଥ ନନ୍ଦ, ପ୍ରତିଷ୍ଠାତା କୈଳାଶ ନାୟକ, କାର୍ଯ୍ୟକାରୀ ସଭାପତି ହରିହର ସ୍ୱାଇଁ, ଉପ ସଭାପତି ଅଭିନଵ ସିଂ, ମୋନାଲିସା ଦେବତା , ଉପାଧକ୍ଷା ଡ଼କ୍ଟର ରୋଜାଲିନ ସେନାପତି, ଓଡିଶା ସୁନ୍ଦରୀ ରଚିତା ନାୟକ ପ୍ରମୁଖ ଅତିଥି ଭାବେ ରାଜ୍ୟ ସଂଘ ପକ୍ଷରୁ ଯୋଗ ଦେଇଥିଲେ ! ଯାଜପୁର କମିଟି ର ଉତ୍ସାହି କଳାକାର ମାନଙ୍କ ତରଫରୁ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ! ଏକାଡେମୀର ଲକ୍ଷ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟକ୍ରମ ବିଷୟରେ ବିଷଦ ବିବରଣୀ ପ୍ରଦାନ କରାଯାଇଥିଲା ! ଏହି ଅବସରରେ ଜିଲ୍ଲାର କମିଟି ଚୟନ ଓ ପଦାଧିକାରୀ ମାନଙ୍କର ନାମ ଘୋଷଣା କରାଯାଇଥିଲା ! ଜିଲ୍ଲା ସଭାପତି ଭାବେ ଡ଼କ୍ଟର କୈଳାଶ ଚନ୍ଦ୍ର ବେହେରା, ସମ୍ପାଦକ ଅଭିମନ୍ୟୁ ମିଶ୍ର, କାର୍ଯ୍ୟକାରୀ ସଭାପତି ବୃନ୍ଦାବନ ମିଶ୍ର, ଉପ ସଭାପତି ସୁଧାଂଶୁ ମଲ୍ଲିକ ଏବଂ ଡ଼କ୍ଟର ମିତା ଦାସ, କୋଷାଧକ୍ଷ ରମାକାନ୍ତ ସାହୁ, ଯୁଗ୍ମ ସମ୍ପାଦକ ବିପିନ ସ୍ୱାଇଁ ଏବଂ ଯାହାଙ୍ଗୀର ଖାନ, ସଂଗଠନ ସମ୍ପାଦିକା ଶକୁନ୍ତଳା ବେହେରା, ସହ ସମ୍ପାଦିକା ମାମିନା ରାୟ, ସାଂସ୍କୃତିକ ସମ୍ପାଦିକା ଲକ୍ଷ୍ମୀପ୍ରୀୟା ରାଉତ, ଆଇନ ପରାମର୍ଶଦାତା ଅବିନାଶ ପଣ୍ଡା, ସ୍ୱାସ୍ଥ୍ୟ ସମ୍ପାଦକ ଡ଼କ୍ଟର ବିରଞ୍ଚି ନାରାୟଣ ମହାପାତ୍ର, ମୁଖ୍ୟ ଉପଦେଷ୍ଟା ନଟବର ଜେନା, ଉପଦେଷ୍ଟା ସନାତନ ଦାସ , ଆବାହିକା ନିରୁପମା ପଣ୍ଡା, ଆବାହକ ଆକାଶ ସେଠି ପ୍ରମୁଖ ଜିଲ୍ଲା କମିଟି ପାଇଁ ମନୋନୀତ ହୋଇଥିବାର ଜଣାଯାଇଛି ! କଳାକାର ମାନଙ୍କ ପାଇଁ ଏହି ଅନୁଷ୍ଠାନ ସବୁ ବେଳେ କାର୍ଯ୍ୟ କରିବ ବୋଲି ସାମୁହିକ ଶପଥ ପାଠ କରାଯାଇଥିଲା !

Leave a Reply

Your email address will not be published. Required fields are marked *