ବିଭିନ୍ନ ସମସ୍ୟା ନେଇ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଭିନ୍ନ ସମସ୍ୟା ନେଇ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ ! କୃଷକ ମାନଙ୍କ ଅଭିଯୋଗ ହେଲା ପାରଳାଖେମୁଣ୍ଡି ଉପଖଣ୍ଡ ଅଞ୍ଚଳରେ ବୁଲା ଗାଈ , ମହିଷି , ଘୁଷୁରୀ ର ପ୍ରାଦୁର୍ଭାଵ ବଢିବା ସହିତ ଖରିଫ ଋତୁ ର ଧାନ ଚାଷ ନଷ୍ଟ କରି ଦେଉଛନ୍ତି। ତେଣୁ କାଞ୍ଜିଆ ହୁଦା ଓ ଗୋଶାଳା ନିର୍ମାଣ କରି ଚାଷୀ ମାନଙ୍କ ଫସଲ ବଞ୍ଚାଇବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁ ! ଦ୍ୱିତୀୟ ଅଭିଯୋଗ ହେଲା , ହେଲା ଯେଉଁମାନେ କୃଷି ଲୋନ କରି ନାହାନ୍ତି ସେମାନଙ୍କୁ ସମବାୟ ସମିତି ସାର ନ ଦେବା ସମ୍ପର୍କରେ ତଦନ୍ତ ହେଉ ! ଚଳିତ ବର୍ଷ କୃଷକ ମାନଙ୍କୁ ମଣ୍ଡିରେ ସୁଚାରୁ ରୂପେରେ ଧାନ ବିକ୍ରୟ କରିବା ପାଇଁ ଆଦର୍ଶ ମଣ୍ଡି ନିର୍ମାଣ କରି କଟନୀ ଛଟନୀ ବନ୍ଦ କରି ଚାଷୀ ମାନଙ୍କ ସୁବିଧା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *