ସରକାରୀ ଅଭ୍ୟାସ ବାଳିକା ହାଇସ୍କୁଲରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମାଜସେବୀ ତଥା ବାଲୁ ବଜାର ପୂଜା କମିଟି ସଭାପତି ପୃଥ୍ୱୀରାଜ ସାହୁଙ୍କ ଦ୍ୱାରା ସରକାରୀ ଅଭ୍ୟାସ ବାଳିକା ହାଇସ୍କୁଲରେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ମନୋରମା ରଥ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ପୁରୀଘାଟ ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଂଜନ ନାୟକ, ସମ୍ମାନୀୟ ଅତିଥି ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ ଯୋଗ ଦେଇଥିଲେ । ସଭାରେ ସମାଜସେବୀ ତଥା ଉପର ତେଲେଙ୍ଗା ବଜାର ପୂଜା କମିଟି ସହ ସମ୍ପାଦକ ସମ୍ପଦ କୁମାର ମଲ୍ଲିକ, ସୟଦ କାଶୀଫୁଲ ଇସଲାମ ( ସି.ଆର.ସି.ସି ) , ଶିକ୍ଷୟିତ୍ରୀ ରଶ୍ମିତା ବେହେରା, ସୁନିତା ନାୟକ, ପ୍ରୀତି ଦାସ, ମଧୁସ୍ମିତା ମଲ୍ଲିକ, ଅର୍ଣ୍ଣପୂନ୍ନା ମହାରଣା, ମିନତୀ ସାହୁ ଓ ନିହାରିକା ନାୟକ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ମାନେ ସ୍କୁଲରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତୀ ଛାତ୍ରୀ ଶିବାନୀ ବାରିକ, ପ୍ରିୟଙ୍କା ସେଠୀ, ପୁଣ୍ଣମାସୀ ବେହେରା, ଆୟେଶା ମହାରଣା ଓ ଅଙ୍କିତା ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ! ଏଥି ସହିତ ଦୁଇଜଣ ପୁରାତନ ଛାତ୍ରୀ ଶୁଭସ୍ମିତା ସିଂ ଓ ସତ୍ୟରୁପା ବେହେରାଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନୀୟ ଅତିଥି ଫଟୋ ସାମ୍ବାଦିକ ଶ୍ରୀ ମଲ୍ଲିକ ଫେସବୁକ ସାମାଜିକ ଅନୁଷ୍ଠାନ “ଆମ ପରିବାର ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ସର୍ବୋଚ୍ଚ ନମ୍ୱର ରଖିଥିବା ପ୍ରଥମ ଛାତ୍ରୀଙ୍କୁ ପାଞ୍ଚଶହ ଟଙ୍କା ଦ୍ୱତୀୟ ଛାତ୍ରୀଙ୍କୁ ଦୁଇଶହ ଟଙ୍କା ଓ ତୃତୀୟ ଛାତ୍ରୀଙ୍କୁ ଏକଶହ ଟଙ୍କା ସହିତ ଏକ କଲମ ଉପହାର ସ୍ୱରୂପ ଦେଇ କୃତୀ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *