ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ଉତ୍କଳ ସାମ୍ବାଦିକ ସଂଘର ଆଲୋଚନା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନୁର୍ଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ ଓ ଅଧୂସ୍ବୀକୃତି କମିଟି ଗଠନ ସହ ଜିଲ୍ଲା ଓ ରାଜ୍ୟ ସ୍ତରରେ ଯୋଗ୍ୟ ସାମ୍ବାଦିକଙ୍କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅତିରିକୁ ମୂଖ୍ୟ ଶାସନ ସଚିବ ହେମନୁ ଶର୍ମାଙ୍କୁ ଭେଟିଛି ଉତ୍କଳ ସାମ୍ବାଦିକ ସଂଘ । ସଂଘ ପକ୍ଷରୁ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଶ୍ରୀ ଶର୍ମାଙ୍କ ସହ ଆଲୋଚନା ଅବସରରେ କହିଥିଲେ କି,ଦେଶର ଅନ୍ୟାନ୍ୟ ଅଠର ଗୋଟି ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କୁ ପେନସନ୍ ଦେଉଛନ୍ତି। ସେହିଭଳି ଅନ୍ୟାନ୍ୟ ରାଜ୍ୟରେ ଅଧୂସ୍ବୀକୃତି କମିଟି ମାଧ୍ୟମରେ ଯୋଗ୍ୟ ସାମ୍ବାଦିକଙ୍କୁ ସରକାରୀ ମାନ୍ୟତା ଦିଆଯାଉଥିଲା ବେଳେ ଆମ ରାଜ୍ୟରେ ଅଧୂସ୍ବୀକୃତି କମିଟିକୁ ଦୀର୍ଘ ବର୍ଷ ହେବ ଭାଙ୍ଗି ଦିଆଯାଇଛି। ଫଳତଃ ଯୋଗ୍ୟ ସାମ୍ବାଦିକ ମାନେ ଦୀର୍ଘ ବର୍ଷ ହେବ ଅଧୂସ୍ବୀକୃତି ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ରାଜ୍ୟର ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।ଏଣୁ ଅଧୂସ୍ବୀକୃତି କମିଟି ଗଠନ ପୂର୍ବକ ରାଜ୍ୟର ଯୋଗ୍ୟ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ କରାଯାଉ ଏବଂ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଲାଗୁ ହେଉ। ଏହି ଆଲୋଚନା କାଳରେ ଶ୍ରୀ ଶର୍ମା ଦାବି ଗୁଡିକ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିବା ସହ, ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାର ଯନ୍ତ୍ରଶୀଳ ଅଛନ୍ତି ବୋଲି ସ୍ପଷ୍ଟ କରିଥିଲେ।ଦାବି ସମୂହର ସମାଧାନ ପାଇଁ ସରକାରୀ ସ୍ତରରେ ଆଶୁ ପଦକ୍ଷେପ ନିଆଯିବ ବୋଲି ସଂଘକୁ ଶ୍ରୀ ଶର୍ମା ଆଶ୍ବତି କରିଛନ୍ତି। ଏହି ଅବସରରେ ସଂଘର ଉପଦେଷ୍ଟା ପବିତ୍ର ମହାରଥା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *