ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବି .ଏନ. ପ୍ୟାଲେସ ଠାରୁ ପୁରୁଣା କେର।ଣ୍ଡି ଗ୍ରାମକୁ ସଂଯୋଗ କରୁ ଥିବା ରାସ୍ତା ଟି ପକା ରାସ୍ତା ନିର୍ମାଣ ସକାଶେ ଦାବି ।
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ର ପୁରୁଣା କେର।ଣ୍ଡି ଠାରୁ ବୃନ୍ଦାବନ ପେଲେସ କୁ ସଂଯୋଗ କରୁଥିବା ରାସ୍ତା ଟି ଖାଲ ଖମା ହୋଇ ଯାଇଛି ! ବର୍ତ୍ତମାନ ବର୍ଷା ଋତୁ ହୋଇଥିବାରୁ ରାସ୍ତା ରେ କାଦୁଅ ଓ ଖାଲ ଖମା ରେ ପାଣି ଜମିବା ଦ୍ଵାରା ଗ୍ରାମବାସୀ ଯିବା ଆସିବା କଷ୍ଟକର ହୋଇ ପଡିଛି । ଗ୍ରାମବାସୀ ପକା ରାସ୍ତା ସକାଶେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧି , ବ୍ଲକ ପ୍ରଶାସନ ଓ ପଞ୍ଚାୟତ କୁ ଗୁହାରି କରି ନୟାନ୍ତ ହୋଇ ଗଲେଣି ! ସମସ୍ୟା ସମ୍ପର୍କରେ ବିଭିନ୍ନ ଖବର କାଗଜ ରେ ପ୍ରକାଶ କରାଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରୁନାହିଁ ! ଏଥି ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଲେ ଗ୍ରାମବାସୀ ଉପକୃତ ହୋଇ ପାରିବେ !
ବି .ଏନ. ପ୍ୟାଲେସ ଠାରୁ ପୁରୁଣା କେରାଣ୍ଡି ଗ୍ରାମ ସଂଯୋଗୀ ରାସ୍ତା କୁ ପକ୍କା ପାଇଁ ଦାବି !!!

