ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଆଦ୍ୟାବଧି ନିରବଛିନ୍ନ ପ୍ରକ୍ରିୟାରେ ଅସହାୟ ଜନତାଙ୍କୁ ସେବା ଯୋଗାଇ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ । ଫାଉଣ୍ଡେସନ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ମିଶନ୍ ଅମୃତ ହସ୍ତମ୍ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦୁଃଖୀ, ଗରିବ, ଅସହାୟ, ଭୁଭୁକ୍ଷୁ, ବିକଳାଙ୍ଗ, ରୋଗୀ ଏମାନଙ୍କୁ ରିଲିଫ ଯୋଗାଣ, ମହାମାରୀ କରୋନା ସଚେତନତା ଓ କୋଭିଡ କିଟ୍ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଗଣେଶ ମଲ୍ଲିକ ଆଦି ସିଂହଭାଗର ଭୂମିକା ନିର୍ବାହ କରିଥିବାର ଦେଖିବାକୁ ମିଳିଛି। ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରାଯାଉଥିବା ବେଳେ ସ୍ଥାନୀୟ ଡ଼ଲଫିନ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଡା ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୀକ୍ଷକ ଭାବରେ ମାଷ୍ଟର ମିହିର କୁମାର, ନନ୍ଦିନୀ ବେହେରା, ଜମୁନା ନାୟକ, ଅନିତା ପରିଡା, ଜ୍ଞାନରଞ୍ଜନ ଯେନା, ବିକାଶ ଯେନା ସନ୍ଧ୍ୟା ଯେନା ଆଦି ଯୋଗଦାନ କରି ଦୀର୍ଘ ୨୫ ଦିନର କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।
ଜାରି ରହିଛି ଚିନ୍ମୟ ଫାଉଣ୍ଡେସନ ର ମିଶନ୍ ଅମୃତ ହସ୍ତମ୍ ସେବା କାର୍ଯ୍ୟ !!!

