ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଢେଙ୍କାନାଳ ସିମାନ୍ତରୁ ଆସିଥିବା ତିନୋଟି ଜଙ୍ଗଲି ହାତୀ ସୁକିନ୍ଦା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଜଣାପଡିଛି । ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ବୋତଲଣ୍ଡା ଗ୍ରାମରେ ତିନୋଟି ଜଙ୍ଗଲି ହାତୀ ଙ୍କ ଆତଙ୍କରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ୫୩ ନଂ ଜାତୀୟ ରାଜପଥ ସୁକିନ୍ଦା ଭୁବନ ଜାତୀୟ ରାଜପଥର ମଙ୍ଗଳପୁର ଛକ ନିକଟରେ ତିନୋଟି ଜଙ୍ଗଲି ହାତୀ ରାସ୍ତା ଅତିକ୍ରମ କରି ବୋତଲଣ୍ଡା ଗ୍ରାମକୁ ଯାଉଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ବନବିଭାଗକୁ ସୂଚନା ଦେଇଥିଲେ । ଏହି ତିନୋଟି ଜଙ୍ଗଲି ହାତୀ ମଧ୍ୟରେ ଦୁଇଟି ଦନ୍ତା ହାତୀ ଥିବାରୁ ସ୍ଥାନୀୟ ଲୋକେ ଅଧିକ ଭୟଭୀତ ଅଛନ୍ତି । ସୁକିନ୍ଦା ବନ ବିଭାଗ କର୍ମଚାରୀ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଜଙ୍ଗଲି ହାତୀଙ୍କୁ ଢେ଼ଙ୍କାନାଳ ସିମାନ୍ତକୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଥିବା ସୁକିନ୍ଦା ବନ ବିଭାଗ ରେଞ୍ଜର ଦେବେନ୍ଦ୍ର ମାଝିଙ୍କ ପକ୍ଷରୁ ସୂଚନା ମିଳିଛି ।
ବୋତଲଣ୍ଡା ଗ୍ରାମରେ ଜଙ୍ଗଲି ହାତୀଙ୍କ ଆତଙ୍କ !!!

