ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭୁଷୁଡ଼ିଲା ଶୁକୁରଙ୍ଗି କ୍ରୋମାଇଟ୍ ଖଣି ମାଟି ଡମ୍ପ୍ , ଘରେ ଘରେ ପଶିଲା କାଦୁଅ ପାଣି ! ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି – କଅଁସ ପଞ୍ଚାୟତ ସୀମାନ୍ତ ଶୁକୁରଙ୍ଗି କ୍ରୋମାଇଟ୍ ଖଣି ପାଖ ଚିରିଗୁଡ଼ା ବସ୍ତିରେ ପଶିଲା କାଦୁଅ ପାଣି ! ରବିବାର ସଂଧ୍ୟା ରେ ଏହି ଖଣିର ମାଟି ଡମ୍ପ୍ ଭୁଶୁଡ଼ି ବସ୍ତିର ଏକାଧିକ ଘରେ କାଦୁଅ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ଖୁବ୍ ଜୋର୍ ବର୍ଷା କାରଣରୁ ପାଇଁ ଏଠାରେ ସ୍ଥିତି ଗମ୍ଭୀର ଓ ଅଣାୟତ୍ତ ହୋଇ ପଡ଼ିଛି । ଓଏମସିର ଅବସରପ୍ରାପ୍ତ କର୍ମଚାରୀ ଗଗନ ବିହାରୀ ନାୟକ ଓ ବିନୋଦ ବାରିକଙ୍କ ଘରେ ଆଣ୍ଠୁଏ ଉଚ୍ଚତାରେ କାଦୁଅ ପାଣି ପ୍ରବାହିତ ହେଉଛି । ନିଜ ଘରୁ ପଦାକୁ ବାହାରି ଆସୁଥିବା ସମୟରେ ବିନୋଦ ବାରିକଙ୍କ ଛାତି ପର୍ଯ୍ୟନ୍ତ କାଦୁଅ ପାଣି ଛୁଇଁଥିବା ଦେଖାଯାଇଛି । ପାଖରେ ଥିବା ଓଏମ୍ସିର ଟ୍ରକ୍ ଟର୍ମିନାଲର କଂକ୍ରିଟ୍ ଚଟାଣରେ ଫୁଟେ ଉଚ୍ଚାରେ କାଦୁଅ ପାଣି ,ମାଡି ଯାଇଛି ! ଚଟାଣରୁ ପାର୍ଶ୍ବସ୍ଥ ପୋଲ ବାଟରେ ନିଷ୍କାସିତ ଦୂଷିତ ଜଳ , ତଳ ମୁଣ୍ଡରେ ଥିବା ଭୈରବ ବେହେରା ଓ ଲକ୍ଷ୍ମଣ ମୁଣ୍ଡାଙ୍କ ଘର ଭିତରେ ପଶିଥିବାରୁ ପରିସ୍ଥିତି ଜଟିଳ ହୋଇଥିବା ସ୍ଥାନୀୟ ସରପଞ୍ଚ ବିକାଶ କୁମାର ପାତ୍ର ଓ ସମାଜସେବୀ ଆଶିଷ କୁମାର ଜେନା ଅଭିଯୋଗ କରିଛନ୍ତି ।
ଭୁଷୁଡ଼ିଲା ଶୁକୁରଙ୍ଗି କ୍ରୋମାଇଟ୍ ଖଣି ମାଟି ଡମ୍ପ୍ : ଘରେ ଘରେ ପଶିଲା କାଦୁଅ ପାଣି !!!

