ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌର ପରିଷଦ କରିବା ଦାବିରେ ବାଙ୍କୀ ବିକାଶ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ମୋହନ ପାଢ଼ୀ ଆୟୋଜିତ ଏହି ସମ୍ମିଳନୀରେ ବାଙ୍କୀ କୁ କିପରି ପୌର ପରିଷଦ ଘୋଷଣା କରି ସରକାରଙ୍କ ସହରାଞ୍ଚଳ ସୁବିଧା ରେ ସାମିଲ କରାଯାଇ ପାରିବ ଏବଂ ବାଙ୍କୀ ର ଜନ ସାଧାରଣ ସମସ୍ତ ସୁବିଧା ପାଇ ପାରିବେ ସେ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଏହାକୁ ପୌରାଞ୍ଚଳ ମାନ୍ୟତା ଦେବା ପାଇଁ ଦାବି ରଖିଛନ୍ତି । ବାଙ୍କୀ ଏକ କୃଷି ଭିତିକ ଅଂଚଳ ହୋଇଥିଲେ ମଧ୍ୟ ଏଠାରେ ସରକାରଙ୍କ ସହରାଞ୍ଚଳ ପାଇଁ ଆବଶ୍ୟକ ସମସ୍ତ ମାନଦଣ୍ଡ ରହିଛି । ସବୁ ଥାଇ ମଧ୍ୟ ରାଜଧାନୀର ଖୁବ ନିକଟରେ ଥିବା ଏହି ସହର ସର୍ବ ପୁରତନ NAC ହୋଇଥିଲେ ସୁଧା ପୌର ପରିଷଦର ମାନ୍ୟତା ଠାରୁ ବହୁ ଦୁରେ ରହିଛି । ତେବେ ବର୍ତ୍ତମାନ ସରକାର ଯେଉଁ ସହରାଞ୍ଚଳ ବିକାଶ ପାଇଁ ଆଗ୍ରହ ଦେଖାଇଛନ୍ତି ତାକୁ ନେଇ ବାଙ୍କୀ ବାସି ଖୁବ ଆଶାବାଦୀ ଅଛନ୍ତି ! ବାଙ୍କୀକୁ ସରକାର ନିଶ୍ଚିତ ଭାବେ ପୌର ପରିଷଦ ଘୋଷଣା କରିବେ ବୋଲି ଆଶା ରହିଛନ୍ତି ସାମ୍ବାଦିକ ସମ୍ମିଳନୀ ର ଆୟୋଜକ ! ଦେଖିବା ପାଇଁ ବାକି ରହିଲା ଏହି ଦାବି କୁ ସରକାର କେତେ ଦୂର ବିଚାର କୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
ବାଙ୍କୀ କୁ ପୌର ପରିଷଦ କରିବା ଦାବିରେ ବାଙ୍କୀ ବିକାଶ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

