ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ୱେବ ମିଡ଼ିଆ ୟୁନିୟନ ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଲାୟନ୍ସ କ୍ଲବ୍ ପ୍ରାଙ୍ଗଣରେ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାମ୍ବାଦିକ ମାନେ ଯୋଗ ଦେବାରୁ ଉତ୍ସବଟି ସ୍ମରଣୀୟ ହୋଇପଡ଼ିଲା । କାର୍ଯ୍ୟକ୍ରମ ରେ ବିଧାୟକ ଆପ୍ପାଲା ସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ରୂପେ ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା , ସମ୍ମାନୀତ ଅତିଥି ରୂପେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସେଞ୍ଚୁରିଅନ ୟୁନିଭର୍ସିଟି ର ଡାଇରେକ୍ଟର ରାଜେଶ ପାଢ଼ୀ, ଏବଂ ଆଇଏସିଆର ଓ ଜିସ୍ଟ କଲେଜ ର ପରିଚାଳନା ଅଧକ୍ଷ ଗୋବିନ୍ଦ ପ୍ରସାଦ ରଥ, ୱେବ ମିଡ଼ିଆ ସଂଘ ର ସମ୍ପାଦକ ଗୁରୁ ପ୍ରସଦ ସାହୁ ଓ ଗୌରୀ ଶଙ୍କର ପଟନାୟକ ମଂଚାସୀନ ହୋଇଥିଲେ ।
ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ଅନ୍ୟ ଅତିଥି ମାନେ ଆଜିର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ୱେବ ମିଡ଼ିଆ ର ପ୍ରଭାବ ଉପରେ ଆଲୋକପାତ କରିଥିଲେ ।ବର୍ତମାନ ଯୁଗରେ ସବୁଠାରୁ କ୍ଷିପ୍ର ଗତିରେ ଖବର ଲୋକଙ୍କ ନିକଟରେ ପହଁଚି ବାରେ ୱେବ ମିଡ଼ିଆ ର ଗୁରୁତ୍ୱ ଥିବା ଯୋଗୁଁ ବର୍ତମାନ ର ପିଢ଼ି ଖବର ଜାଣିବା ପାଇଁ ୱେବ ମିଡ଼ିଆ ଆଦରି ନେଇ ଛନ୍ତି। ଅତିଥି ମାନେ କହିଥିଲେ ଯେ, ୱେବ ମିଡ଼ିଆ ଦ୍ୱାରା ଖବର ଶୀଘ୍ର ଓ ପ୍ରଭାବଶାଳୀ ଭାବରେ ଲୋକଙ୍କ ପାଖକୁ ପହଂଚୁଛି ଏବଂ ଏହା ମାଧ୍ୟମରେ ସରକାରଙ୍କ ପାଖରେ ମଧ୍ୟ ସମସ୍ୟା ଗୁଡ଼ିକ ଶୀଘ୍ର ପହଂଚି ପାରୁଛି ବୋଲି ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟ ରେ ଭିନ୍ନ ଭିନ୍ନ ଶୈଳୀ ରେ ପ୍ରକାଶ କରିଥିଲେ । ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା – ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମ୍ବାଦିକଙ୍କୁ ସତ୍ୟନିଷ୍ଠ, ଦାୟିତ୍ୱଶୀଳ ଓ ନିର୍ଭୀକ ସାମ୍ବାଦିକତା ପାଇଁ ସମ୍ମାନିତ କରାଯାଇଥିଲା । ସେମାନଙ୍କର ଦୁର୍ଗମ ଅଞ୍ଚଳରୁ ସତ୍ୟକଥା ଆଣିବା ଓ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରକାଶ କରିବାରେ ଯେ ପ୍ରୟାସ, ତାହାକୁ ଅତିଥିମାନେ ପ୍ରଶଂସା କରିଥିଲେ । ଅତିଥିମାନେ କହିଥିଲେ ଯେ, ଡିଜିଟାଲ ସାମ୍ବାଦିକତା ଲୋକତନ୍ତ୍ରକୁ ଶକ୍ତିଶାଳୀ କରିବାରେ ଓ ପଛୁଆ ବର୍ଗକୁ କଣ୍ଠସ୍ୱର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ।
ୱେବ ମିଡ଼ିଆ ୟୁନିୟନ ର ନେତୃତ୍ୱ ଦଳ ପୂର୍ଣ୍ଣ ଶକ୍ତି ସହିତ ଉପସ୍ଥିତ ଥିଲେ ।ଏହି ୱେବ ମିଡ଼ିଆ ସଂଘ ର ସଭାପତି ଶ୍ରୀ ଶିବ ପ୍ରସାଦ ପାଢ଼ୀ, , ଉପସଭାପତି ଶ୍ରୀ ରଞ୍ଜନ କୁମାର ମହାନ୍ତି,ସାଧାରଣ ସମ୍ପାଦକ ଶ୍ରୀ ଗୁରୁ ପ୍ରସାଦ ସାହୁ,ସମ୍ପାଦକ ଶ୍ରୀ ବିଶ୍ୱ ରଞ୍ଜନ ଛିଞ୍ଚାଣୀ, କାର୍ଯ୍ୟାଳୟ ପରି ଚାଲାକ ଶ୍ରୀ ହରି ନାରାୟଣ ଦାସ, ଏବଂ କୋଷାଧ୍ୟକ୍ଷ ଶ୍ରୀ ଗୌରୀ ପଟ୍ଟନାୟକ ଉତ୍ସବଟିରେ ପ୍ରମୁଖ ଭୂମିକା ନେଇଥିଲେ । ସେମାନଙ୍କ ସମୂହିକ ପ୍ରୟାସରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ହୋଇଥିଲା, ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଙ୍କ ଦ୍ୱାରା ସୁଚାରୁ ରୂପେ ସଂଯୋଜନା ହୋଇଥିଲା ।
ରାୟଗଡା ଜିଲ୍ଲା ୱେବ ମିଡ଼ିଆ ୟୁନିୟନ ର ପ୍ରଥମ ବାର୍ଷିକ ଉତ୍ସବ !!!

