୨୧୫ଟି ଦେଶରେ ଜାରି ରହିଛି ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରଦୂତ ନିଯୁକ୍ତି ପ୍ରକ୍ରିୟା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବସୁଧୈବ କୁଟ୍ହୂମ୍ୱକମ୍‌ ନ୍ୟାୟରେ ସମଗ୍ର ପୃଥିବୀର ମାନବ ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଦୀର୍ଘ ଦିନ ଧରି ସଂଗ୍ରାମ ଚଳାଇ ଆସିଥିବା ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଆନ୍ତର୍ଜାତୀୟ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ୨୧୫ଟି ଦେଶରେ ଜାରି ରହିଛି ଆନ୍ତର୍ଜାତୀୟ ମୁକ୍ତ ରାଷ୍ଟ୍ରଦୂତ ନିଯୁକ୍ତି ପ୍ରକ୍ରିୟା । ୫୦ଟି ବିଭାଗରୁ ବିଭିନ୍ନ ପର୍ଯ୍ୟାୟରେ ସମଗ୍ର ବିଶ୍ବରେ ୫୦,୦୦୦ ଆନ୍ତର୍ଜାତୀୟ ମୁକ୍ତ ରାଷ୍ଟ୍ରଦୂତଙ୍କୁ ନିଯୁକ୍ତି ଦେବା ପାଇଁ ଘୋଷଣା କରିଥିବା ଚିନ୍ମୟ ଫାଉଣ୍ଡେସନ ପବିତ୍ର ୭୯ତମ ସ୍ୱାଧୀନତା ଦିବସ ପାଳନ ଠାରୁ ଆରମ୍ଭ କରିଛି ନିଯୁକ୍ତି ପ୍ରକ୍ରିୟା। ପ୍ରାଥମିକ ପର୍ଯ୍ୟାୟରେ ଭାରତର ରାଷ୍ଟ୍ରଦୂତ ଭାବରେ ପ୍ରାଧ୍ୟାପକ ଡଃ ରାଜିନ୍ଦ୍ର କୁମାର ଉପଲ, ଡଃ ପ୍ରିୟଙ୍କା ନିୟୋଗୀ,ରମେଶ ଆଉନ୍ଧକାର, ପାକିସ୍ଥାନରୁ ତାଜାଲ୍ଲା କ୍ୟୁରେସି, ହୁବ୍ଦ୍ଦାର ଅଲ୍ଲୀ, ସାଜିଦ ହୁସେନ, ବାଙ୍ଗଲାଦେଶରୁ ସର୍ମିନ ଅକ୍ତର ସୀମା, ଆମେରିକାରୁ ତାମିକିଓ ଏଲ. ଡୋଲୀ, ଇଟାଲୀ ଓ କେନିଆରୁ ଆଡା ରିଜୋ, ନାଇଜେରିଆରୁ ଏନେବେଲି ଦେଶମୋଣ୍ଡ ଚୁକବୁମୁଜିମ, ରୁଷିଆରୁ ଇଗୋର ଆବ୍ରାମୋଭ,ମୋଜାମ୍ବିକିଓରୁ ଜେରୋନିମୋ ମାଟିଆସ କାମୋଟୋ, କ୍ୟୁବାରୁ ତାଟିନା ଏଷ୍ଟ୍ରାଡା ଗୋଞ୍ଜାଲେଜ଼ଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।ବିଗତ ବର୍ଷ ଭଳି ସମସ୍ତ ଦେଶର ପ୍ରତିନିଧି ମାନଙ୍କୁ ନେଇ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଫାଉଣ୍ଡେସନ ପକ୍ଷରୁ ଉକ୍ତ ଦିନକୁ ବିଶ୍ୱ ସଂସ୍କାରକ ଦିବସ ଭାବେ ପାଳନ କରାଯିବା ସହ ଏହାକୁ ଜାତିସଂଘରେ ସ୍ୱୀକୃତି ପାଇଁ ନିବେଦନ କରାଯିବାକୁ ସ୍ଥିର କରାଯାଇଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *