ଗଜପତି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଗୁରୁ ପୂଜନ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଗୁରୁ ପୂଜନ କାର୍ଯ୍ୟକ୍ରମ ! ଏଥିରେ ଅନୁଷ୍ଠାନ ର ଅଧକ୍ଷ ଡାକ୍ତର ମୁର୍ମୁ ସଭାପତିତ୍ୱ କରିଥିଲେ, ଏଥି ସହିତ ଅନୁଷ୍ଠାନ ର ଅବସରପ୍ରାପ୍ତ ଶିକ୍ଷକ ପ୍ରସାଦ କୁମାର ନାୟକ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ମମତା ଜେନା, ଶିକ୍ଷକ ପ୍ରଶିକ୍ଷିକା ଏ. ସନ୍ଧ୍ୟାରାଣୀ, ସନ୍ତୋଷୀ ଦେବୀ, ସରସ୍ବତୀ ନାୟକ, ସୋନାଲି ରାଉତ, ଆଇସିଟି ଧର୍ମରାଜ ପାତ୍ର ଏବଂ ଅନ୍ୟାନ୍ୟ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । ଅନୁଷ୍ଠାନ ର ପ୍ରଥମ ଓ ଦ୍ୱିତୀୟ ବର୍ଷ ର ଛାତ୍ର /ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁଦିବସ ର ମାହାତ୍ମ୍ୟ ବିଷୟ ରେ ଆଲୋଚନା କରାଯାଇଥିଲା । ଏଥି ସହିତ ଆଗାମୀ ଜୀବନରେ ଜଣେ ଜଣେ ଭଲ ଶିକ୍ଷକ ହେବାର ପ୍ରୟାସ, ଚରିତ୍ର ଗଠନ, ସମାଜ ଗଠନ ରେ ସହଯୋଗ କରିବାର ଅଙ୍ଗିକାରବଦ୍ଧ ରହିବେ ବୋଲି ପ୍ରତିଜ୍ଞା କରିଥିଲେ ।

Leave a Reply

Your email address will not be published. Required fields are marked *