ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ହୋଟେଲ ଫାଷ୍ଟଫୁଡ ଷ୍ଟଲ , ଚାଟ ଦୋକାନ, ଚ। ଦୋକାନରେ ବହୁଳ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଛି । କିଛି ମାସ ତଳେ ନାମକୁ ମାତ୍ର ଚଢ଼ାଉ କରାଯାଇଥିଲା , ଘରୋଇ ଗ୍ୟାସ ସିଲିଣ୍ଡରକୁ ହୋଟେଲ ରେଷ୍ଟୁରାଣ୍ଟ , ଟିଫିନ୍, ଚା ଦୋକାନରେ ବହୁଳ ବ୍ୟବହାର କରାଯାଉଛି ଯାହାକି , ସରକାରଙ୍କ ନିୟମକୁ ଖୁଲମ୍ ଖୁଖୁଲା ଅବମାନନା କରାଯାଉଛି । ହୋଟେଲ, ରେଷ୍ଟୁରାଣ୍ଟ , ଚା ଦୋକାନ, ଚାଟ ଦୋକାନକୁ ସିଲିଣ୍ଡର ଟିଏ ଯୋଗାଇଲେ ଧାର୍ଯ୍ୟ ଦର ଠାରୁ ଅଧିକ ଶହେ ଟଙ୍କା ନିଆଯାଉଥିବା ଅଭିଯୋଗ ହେଉଛି । ସେହି ପରି ଘରକୁ ସିଲିଣ୍ଡର ଆଣିବାକୁ ହେଲେ ଟାଙ୍କି ପିଛା କୋଡିଏ ରୁ ତିରିଶି ଟଙ୍କା ଦେବାକୁ ପଡ଼ୁଛି । ଏହିପରି ଦୀର୍ଘ ଦିନ ହେଲା ଚାଲିଥିଲେ ସୁଦ୍ଧା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ !
ଖବର ପ୍ରସାରଣ ପରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୁନ !!!

