ଗଛ ଲଗାଇ ପାଳିଲେ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦେଶ ତଥା ରାଜ୍ୟବ୍ୟାପୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ହେଉଥିବା ସମୟରେ , ଡମପଡା ବ୍ଲକ ରେ ପଞ୍ଚସ୍ତରି ହଜାର ବୃକ୍ଷରୋପଣ କରାଯିବାର ଜନ ସଚେତନ କାର୍ଯ୍ୟକ୍ରମରେ ଡମପଡା ବ୍ଲକର ସମସ୍ତ ବିଦ୍ୟାଳୟ ସାମିଲ ହୋଇ ନିଜ ବିଦ୍ୟାଳୟ ପ୍ରାଙ୍ଗଣରେ ଗଛ ଲଗାଇଛନ୍ତି | ତାଳବସ୍ତ ଗ୍ରାମ ପଂଚାୟତର ରାଉତରାପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା କରାଯାଇ ପିଲାମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ସଚେତନ କରାଯାଇଥିଲା | ବିଦ୍ୟାଳୟର ସମସ୍ତ ଶିକ୍ଷକ ଜିତେନ୍ଦ୍ର କୁମର ନାଏକ, ଦିନେଶ ମାଝୀ, ତିଳୋତମା ମହାରଣା, ବିରଞ୍ଚି ନାରାୟଣ ଲେଙ୍କା, ମନୋରମା ଦେଇ ପ୍ରମୁଖଙ୍କ ସହଯୋଗରେ ବିଦ୍ୟାଳୟ ଚତୁଃପାର୍ଶ୍ୱରେ ବିଭିନ୍ନ ଔଷଧୀୟ ଓ ଫୁଲ ଗଛମାନ ଲଗାଯାଇଥିଲା |

Leave a Reply

Your email address will not be published. Required fields are marked *