ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପୁଣି ଚର୍ଚ୍ଚାରେ ଡମପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଶୈଳୀ | କିଛିଦିନ ତଳେ ବାଙ୍କୀ ଡମପଡା ବ୍ଲକର ଶିକ୍ଷକ ବଦଳିକୁ ନେଇ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ତାଲା ମାରି ରାଜରାସ୍ତାରେ ଆନ୍ଦୋଳନ କରୁଥିଲେ | ଗଣମାଧ୍ୟମରେ ଖବର ଶିରୋନାମା ପାଲଟୁଥିଲା ଯେ ବ୍ଲକ ଶିକ୍ଷ୍ୟା ଅଧକାରୀ ଅସାଧୁ ଉପାୟରେ ଏକଛତ୍ର ଭାବେ ଟଙ୍କା ଆଦାୟ କରିବା ପାଇଁ ମନଇଛା ବଦଳି ଚିଠି ବାହାର କରି ଶିକ୍ଷକ ମାନଙ୍କୁ ହଇରାଣ କରୁଛନ୍ତି | ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କ ପାଖରେ ଏଥିପାଇଁ ବିଭିନ୍ନ ଶିକ୍ଷକ ସଙ୍ଘ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ | ପୁଣିଥରେ ସେହି ସରକାରୀ ଉଚ୍ଚ ପଦବୀ ଅଧିକାରୀଙ୍କ କାର୍ଯଶୈଳୀ ଉପରେ ସନ୍ଦେହ ଓ ପ୍ରଶ୍ନବାଚୀ କରିଛନ୍ତି କିଛି ଅସନ୍ତୋଷ ଅଭିଭାବକ ଏବଂ ଶିକ୍ଷକମାନେ | ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଧାନ ଶିକ୍ଷକ, ଅଭିଭାବକ ମାନଙ୍କ ଭିତରେ ସରକାରଙ୍କ ତରଫରୁ ଏକ ଭିର୍ନ୍ନକ୍ଷମ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଡମପଡା ବ୍ଲକର ଚାରୋଟି ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି | ଏପରି ଏକ ଜନ ସଚେତନ କାର୍ଯ୍ୟକ୍ରମରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଉନାହିଁ | ପ୍ରତି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ଆସୁଥିବା ଦୁଇଶହ ଟଙ୍କାରୁ କେବଳ ଯାତାୟାତ ଖର୍ଚ୍ଚ ତିରିଶ ଟଙ୍କା ଦେଇ ଅନ୍ୟ ସବୁ ଟଙ୍କା ଉଭୟ ବି ଇ ଓ ଏବଂ ବି ଆର ସି ସି ମହାଶୟ ହଡପ କରୁଥିବାର ଅଭିଯୋଗ ଆସୁଛି | ସଭା ପରେ ଯେଉଁ ଖାଦ୍ୟ ଦିଆଯାଉଛି ତାହା ଅରୁଚିକର ଏବଂ ନିକୃଷ୍ଟ ଧରଣର ଅଟେ | କିନ୍ତୁ ଗୋଟେ ମିଲ ପାଇଁ ଏକଶତ ଟଙ୍କାର ବ୍ୟୟ ହେଉଛି | କୋଡିଏ ଟଙ୍କାର ଚା ବିସ୍କୁଟ ଏବଂ ପଚାଶ ଶହ ଟଙ୍କାର ଷ୍ଟେସନାରୀ ଖାତା, କଲମ ପ୍ୟାଡ଼ ଦିଅ ଯାଉନାହିଁ | ଏସବୁ ଅଭିଯୋଗ ପାଇଁ ଆମ ପ୍ରତିନିଧି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଘଟଣାର ସତ୍ୟାସତ୍ୟ ପାଇଁ ଯୋଗଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ | ଦିବ୍ୟାଙ୍ଗ ମାନଙ୍କ ପାଇଁ ଆସୁଥିବା ସଭା ପରର ଖର୍ଚ୍ଚକୁ ଅଧକାରୀ ମାନେ ନିଜ ଭିତରେ ସଲାସୁତୁରା କରି ହାତେଇନେବା କେତେଦୂର ଠିକ ହେଉଛି | ବାଙ୍କୀ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦିବ୍ୟାଙ୍ଗ ଅଭିଭାବକ ମାନେ ଅନୁରୋଧ କରିଛନ୍ତି |
ପୁଣି ଚର୍ଚ୍ଚାରେ ଡମପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଶୈଳୀ !!!

