ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ସାଲେପୁର ବ୍ଲକ୍ କିସିନାପୁର ଗ୍ରାମ ର ଇତିହାସ ପ୍ରସିଦ୍ଧ ଚାଟେଶ୍ୱର ଶିବ ମନ୍ଦିର ରେ ମା ବନଦୂର୍ଗା ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଅଛି । ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ । ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ , ସିଦ୍ଧିଦାତ୍ରୀ ) ଙ୍କ ପୂଜା ଅନୁଷ୍ଠିତ ହୁଏ ! ପ୍ରତ୍ୟେକ ଦିନ ସକାଳୁ ପୂଜା ସହ ମଧ୍ୟାହ୍ନ ଧୂପ , ସନ୍ଧ୍ୟା ଆଳତି ଏବଂ ରାତ୍ରରେ ଚଣ୍ଡୀପାଠ ହୋମ କରାଯାଇ ପ୍ରତ୍ୟେକ ଦିନ ପଣା ହାଣ୍ଡି ଗ୍ରାମର ଚତୁର୍ପାଶ୍ୱ କୁ ଯାଇଥାଏ। ଭକ୍ତ ମାନଙ୍କ ପଦାର୍ପଣ ସହ ମାଙ୍କ ଆଶିଷ ନେଇଥାନ୍ତି ।

