ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ରେ ଆୟୁର୍ବେଦ ଦିବସ ପାଳିତ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଦଶମ ଆୟୁର୍ବେଦ ଦିବସ ପାଳନ ହୋଇଯାଇଛି । ଏହାକୁ ପଦ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ସ୍ନେହ। ଅରଗୁଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ, ପାଇକମାଲରେ ଆୟୁର୍ବେଦ ମହାବିଦ୍ୟାଳୟ ରେ ଆହାର ଆଧାରିତ ” ଆୟୁର ଫୁଡ଼ ଫେଷ୍ଟିଭାଲ ” ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିବିଧ ଆୟୁର୍ବେଦ ସମ୍ମତ ସୁସ୍ଥ ଆହାର ସମୁହକୁ ପ୍ରଦର୍ଶନ କରିଥିଲେ । ପଦ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ସ୍ନେହା ଅରୁଗୁଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ । ସେ ଛାତ୍ରଛାତ୍ରୀ ମାନଙ୍କ ପ୍ରଦର୍ଶନୀ ବୁଲି ଦେଖିବା ସହ ଆୟୁର୍ବେଦର ଉନ୍ନତି ପାଇଁ ନିଜର ମତାମତ ରଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଭଲ ଆୟୁର୍ବେଦ ଚିକିତ୍ସକ ହେବା ପାଇଁ ଅନୁପ୍ରାଣିତ କରିଥିଲେ । ମହାବିଦ୍ୟାଳୟର ବିଭିନ୍ନ ବିଭାଗ ଏବଂ ଲୂମ୍ବିନୀ ଭେଷଜ ଉଦ୍ୟାନ ପରିଦର୍ଶନ କରି ଭୁରିଭୁରି ପ୍ରଶଂସା କରିଥିଲେ । ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ ଏବଂ ଅଧ୍ୟକ୍ଷ ପ୍ରୋ: ଡ: ଜଗବନ୍ଧୁ ମିଶ୍ର ଆୟୁର୍ବେଦ ଦିବସ ଉତ୍ସବରେ ସମସ୍ତଙ୍କୁ ଦିଗଦର୍ଶନ ଦେଇଥିଲେ । ଅରିଚାଳନା କମିଟିର ସଦସ୍ୟ ଶ୍ରୀ ରୋହିତ ମିଶ୍ର ଏବଂ ଶ୍ରୀ ବିନୋଦ କାଳିଆ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ପ୍ରୋ: ଡ଼: ଅଭିରାମ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଦେଖିବାକୁ ଉତ୍ସାହର ସହିତ ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଆସି ସମ୍ମିଳିତ ହୋଇଥିଲେ । ଏହା ପୂର୍ବରୁ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆୟୁର୍ବେଦର ପ୍ରସାର ପ୍ରଚାର ପାଇଁ ବିଗତ ଦୁଇ ସପ୍ତାହ ଧରି ସ୍ୱାସ୍ଥ୍ୟ ଶିବିର, ରାଲି, ପଥପ୍ରାନ୍ତ ନାଟକ ଆଦି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ଆହାର ପ୍ରଦର୍ଶନୀକୁ ପୁରସ୍କୃତ କରାଯାଇଥିଲା ।ପ୍ରକୃତି ବନ୍ଧୁ ବଡ ଶତପଥି ମୁଖ୍ୟ ଅତିଥି ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଏକ ଔଷଧୀୟ ମଧୁନାଶିନୀ ଗଛ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *