ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ନରାଜରେ ହୀରାକୁଦ ଜଳ ପଡିଲା ପରେ ବାଙ୍କୀ ଉପଖଣ୍ଡରେ ମହାନଦୀ ପ୍ରବାହିତ ଗାଁ ଗୁଡିକ ଏବେ ବିପଦସଂକୁଳ ଅବସ୍ଥାରେ ରହିଛନ୍ତି | ରବିବାର ସନ୍ଧ୍ୟା ସୁଧା ତାଳବସ୍ତ ବିଲିପଡ଼ା ବାଙ୍କୀ ଗହିରି ରାସ୍ତାରେ ଦୁଇଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଅଛି | ତାଳବସ୍ତ, ଡମପଡା ପ୍ରସିଦ୍ଧ ଦୁର୍ଗାପୂଜା ଉତ୍ସବରେ ଲୋକମାନଙ୍କର ବାଙ୍କୀକୁ ଯିବା ଆସିବାରେ ବନ୍ୟା ପ୍ରତିବନ୍ଧକ ସାଜିଛି | ଚଳିତ ବର୍ଷର ବାଙ୍କୀ ମହାନଦୀରେ ତୃତୀୟ ବନ୍ୟା ବହୁତ ପ୍ରଭାଵ ପକାଇଛି | ଧାନ ବିରି ଚାଷ ସମ୍ପୂର୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି |
ତାଳବସ୍ତ ବିଲିପଡ଼ା ରାସ୍ତା ଉପରେ ପାଣି !!!

