ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଶାରଦୀୟ ପାର୍ବଣ ଅବସରରେ ବାଙ୍କୀ, ମକୁନ୍ଦପୁର ଅଂଚଳର ଯୁବ ସାହିତ୍ୟିକ କବି ବିପ୍ଳବଙ୍କର ପ୍ରକାଶ ପାଇଛି ପଞ୍ଚମ କବିତା ପୁସ୍ତକ କଣ୍ଟା କାକର| ଅଳ୍ପ ପରିଚିତ ଅଥବା ଆଦୌ ପରିଚୟ ନଥିବା ଲେଖକ ଲେଖିକାକର ପାଣ୍ଡୁଲିପି ନେଇ ଦେୟମୁକ୍ତ ପ୍ରକାଶନର ନିର୍ଭର ପ୍ରତିଶ୍ରୁତି ଦେଇ ତାକୁ ପାଳନ କରିବା କାଠିକରକିନ୍ତୁ ତାକୁ ସମ୍ଭବ କରି ଦେଖେଇଛନ୍ତି ଭୁବନେଶ୍ୱରର ଅନ୍ଵେଷଣ ଚାରିଟେବୁଲ ଟ୍ରଷ୍ଟ | କବି ବିପ୍ଳବଙ୍କ ପୁସ୍ତକର ପ୍ରକାଶକ ଅଛନ୍ତି ଅନ୍ୱେଷଣ ପ୍ରକାଶନ |ରାଜଧାନୀର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ବାଗ୍ମୀ ପ୍ରକାଶନ ମୁଖ୍ୟ ତରୁଣ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସଂଯୋଜନାରେ ମା ଦୁର୍ଗାଙ୍କ ଷଷ୍ଠୀ ଉତ୍ସବ ରବିବାର ଦିନ ଭୁବନେଶ୍ୱର ସ୍ଥିତି ବୁଦ୍ଧ ମନ୍ଦିରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଚାଳିଶରୁ ଉର୍ଦ୍ଧ୍ଵ ପ୍ରକାଶିତ ପୁସ୍ତକ ପ୍ରକାଶିତ ହୋଇ ଯାଇଚି | ଉକ୍ତ ପୁସ୍ତକ ଉନ୍ମୋଚନରେ ଓଡ଼ିଆ ସିନେମାର ଜୀବନ୍ତ କିମ୍ବଦନ୍ତୀ ପୁରୁଷ ପ୍ରଶାନ୍ତ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଲଷ୍ମୀକାନ୍ତ ପାଲିତ, ସମାଜର ପୂର୍ବତନ ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ, ବକୁଳ ଟ୍ରଷ୍ଟର ମୁଖ୍ୟ ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ | ପୂର୍ବରୁ କବି ବିପ୍ଳବଙ୍କର ସାହିତ୍ୟର ବିଭିନ୍ନ ବିଭାଗରେ ଚାରୋଟି ପୁସ୍ତକ ବିଛା, ଘୋଡାମୁଁହା, ବାପା, ମିଷ୍ଟ୍ରି ମିଶ୍ର ପ୍ରକାଶ ପାଇ ପାଠକୀୟ ଆଦର ଲାଭ କରିଛି |
କବି ବିପ୍ଳବଙ୍କ କବିତା ସଂକଳନ “କଣ୍ଟା_କାକର ” ଉନ୍ମୋଚନ !!!

