କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଠାରୁ ସମ୍ବର୍ଦ୍ଧିତ ହେଲେ ବାଙ୍କୀ ର ସାମ୍ବାଦିକ ପୂର୍ଣଚନ୍ଦ୍ର ସାହୁ ! କଟକ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ୭୭ ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ରେ ସାମ୍ବାଦିକ ପୂର୍ଣଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ ହୋଇଛନ୍ତି ! ଓଡ଼ିଆ ଦୈନିକ ” ସମୟ “ରେ ସାମ୍ବାଦିକତା ଆରମ୍ଭ କରିଥିବା ପୂର୍ଣଚନ୍ଦ୍ର ସାହୁ ଏବେ କଳିଙ୍ଗ ଟିଭିରେ କାର୍ଯ୍ୟରତ ! ଓଡିଶା ୟୁନିୟନ ଜର୍ଣ୍ଣାଲିଷ୍ଟ କଟକ ଜିଲ୍ଲା ଶାଖାରେ ଜଣେ ସକ୍ରିୟ ସଦସ୍ୟ ଭାବରେ ବେଶ ଜଣାଶୁଣା ସାମ୍ବାଦିକ ପୂର୍ଣଚନ୍ଦ୍ର ସାହୁ !


