ଶ୍ରୀରାମ କମିଟିର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀରାମ କମିଟି ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ସାଂସ୍କୃତିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସମାଜସେବୀ, କଳାକାର, ନୃତ୍ୟଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି ଉତ୍ସବରେ ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦାନ କରି ଏହି ଅନୁଷ୍ଠାନ ଦ୍ୱାରା ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାର ଏହି ଅଭିନୟ ପ୍ରୟାସକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି ଅନୁଷ୍ଠାନ ଖୁବ୍ କମ୍ ଦିନରେ ସାରା ରାଜ୍ୟରେ ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ପରିଚିତ ହେବା ଗୌରବର ବିଷୟ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ ଯୋଗଦାନ କରି ଏହି ଅନୁଷ୍ଠାନ ଦ୍ୱାରା ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଓ ଡାକ୍ତରଖାନା ସଫେଇ କରିବା ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ କରି ଲୋକଲେଚନକୁ ଆସିପାରିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କବି ରବିନାରାୟଣ ମଙ୍ଗରାଜ, ମାନବ ଅଧିକାର କର୍ମୀ ପ୍ରସନ୍ନ ଗୁରୁ, ସମାଜସେବୀ ଅକ୍ଷୟ କୁମାର ବେହେରା, ପ୍ରଦୀପ କୁମାର ଜେନା, ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ, ମାନସ କୁମାର ବେହେରା, ଦିଲ୍ଲୀପ୍ ଜେନା, ରଞ୍ଜୁକ୍ତା ବେହେରା , ଅନୁଷ୍ଠାନର ସଂପାଦକ ସଂଗ୍ରାମ ରାଜ, ଉପସଭାପତି ଜଗବନ୍ଧୁ ସେଠୀ, ପ୍ରଦ୍ୟୁମ୍ନ ପାଲ୍‌, ରୁଦ୍ର ନାରାୟଣ ଦାସ, ଶିବନାରାୟଣ ଷଡଙ୍ଗୀ, ଅଧ୍ୟାପିକା ସରସ୍ୱତୀ ଦେଉରୀ, ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ , ବଳରାମ ରଣା ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କବିରବିନାରାୟଣ ମଙ୍ଗରାଜ, ରକ୍ତଦାତା ସର୍ବେଶ୍ଵର ସାହୁ, ସମାଜସେବୀ ମୁକେଶ ରାଉତ, ସମାଜସେବୀକା ରଞ୍ଜୁକ୍ତା ବେହେରା, ମାମିନା ଜେନା, ସୁବ୍ରତ ନାୟକ, ପ୍ରିତିଲତା ଗିରି, ଅଧ୍ୟାପିକା ସରସ୍ୱତୀ ଦେଉରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରିବା ସହିତ ନୃତ୍ୟ, ସଂଗୀତ, କ୍ରିଡାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଆଦର୍ଶ ଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *