ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର କରୁନି ସିଏମସି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସିଏମସିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ମୂଲ୍ୟ କେତେ ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁ ନାହାଁନ୍ତି ସିଏମସି କମିଶନର …. ଜନ ଅଭିଯୋଗ ଶୁଣାଣିକୁ ଆସୁ ନାହାଁନ୍ତି ସିଏମସି କମିଶନର …. କେବଳ କମିଶନର ନୁହଁନ୍ତି , ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଅନେକ ସମୟରେ ଜନ ଅଭିଯୋଗ ଶୁଣାଣିରେ ରହୁ ନାହାଁନ୍ତି .. ଏବେ ବି କଣ ସିଏମସି ବିଜେଡି ଚାପରେ ? ସିଏମସିରେ କାମ କରୁନି କି ଡବଲ ଇଞ୍ଜିନ ବା ଲୋକଙ୍କ ସରକାରଙ୍କ ନିୟମ ? ଜନ ଅଭିଯୋଗ ଶୁଣାଣିରେ ସିଏମସି କମିଶନର କିରଣ ଦୀପ କୌର ସହୋତାଙ୍କ ଦେଖା ମିଳୁନି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକୁ ମାନୁ ନାହାଁନ୍ତି ସିଏମସି କମିଶନର କିରଣ ଦୀପ କୌର ସହୋତା। କେବଳ କମିଶନର ନୁହଁନ୍ତି ସୋମବାର ଜନ ଅଭିଯୋଗ ଶୁଣାଣିରେ ଅନେକ ଅଧିକାରୀ ଅନୁପସ୍ଥିତ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ସୋମବାର ଲୋକଙ୍କ ସୁବିଧା ଅସୁବିଧା ବୁଖିବା ପାଇଁ ସରକାରୀ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ବ୍ୟବସ୍ଥା ହୋଇଛି। ହେଲେ ଏ ନିୟମ କଟକ ମହାନଗର ନିଗମ ରେ କାମ କରୁନି। ସୋମବାର ଜନ ଅଭିଯୋଗ ଶୁଣାଣିରେ ଅଧିକାଂଶ ସମୟରେ ସିଏମସି କମିଶନର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଅନୁପସ୍ଥିତ ରହୁଛନ୍ତି। ଯାହାର ସମ୍ପୂର୍ଣ୍ଣ ସତ୍ୟତା ପ୍ରମାଣିତ ହେଉଛି ସୂଚନା ଅଧିକାର ଆଇନରୁ। ତେବେ ସିଏମସିରେ ଅଧିକାରୀମାନଙ୍କ ମନମାନି ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର ପଛରେ କାହାର ଚାପ ଓ ଛତ୍ରଛାୟା ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି । କଟକ ମହାନଗର ନିଗମ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର। ଯାହାକୁ ନେଇ ବର୍ତ୍ତମାନ ବି ସିଏମସି ରିମୋଟ ବିଜେଡି ମେୟର ସୁବାସ ସିଂହଙ୍କ ହାତରେ ରହିଛି ଏବଂ ଏସବୁଙ୍କ ମୁଣ୍ଡରେ ବିଜେଡି ଦଳ ଛାଡି ବିଜେପିରୁ ସାଂସଦ ହୋଇଥିବା ଭର୍ତ୍ତୃହରିଙ୍କ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *