ଶ୍ରୋତା, ସଙ୍ଗୀତ , ରେଡ଼ିଓ ଓ ଆକାଶବାଣୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସଙ୍ଗୀତ, ରେଡ଼ିଓ, ଶ୍ରୋତା ଓ ଆକାଶବାଣୀର ସମ୍ପର୍କ କିଛି ଅଲଗା । ଗୋଟିଏ ସମୟରେ ଶ୍ରୋତା କହିଲେ ରେଡ଼ିଓ ବା ଆକାଶବାଣୀ ଥିଲା । ଯାହା ବର୍ତ୍ତମାନର ଯୁଗରେ ନାହିଁ । ସଙ୍ଗୀତରୁ ଆରମ୍ଭ କରି କୃଷି , ସମ୍ବାଦ ତଥା ଅନ୍ୟାନ୍ୟ ପ୍ରକାର ସବୁ ପ୍ରକାର କାର୍ଯ୍ୟକ୍ରମ ଶ୍ରୋତାଙ୍କ ନିକଟରେ ପହଞ୍ଚିବାର ମାଧ୍ୟମ ଥିଲା ରେଡ଼ିଓ । ତେବେ ଶ୍ରୋତା ଓ ଆକାଶବାଣୀର ଏହି ଅତୁଟ ସମ୍ପର୍କକୁ ବଞ୍ଚାଇ ରଖିବାର ପ୍ରୟାସ ଆଜି ବି ଜାରି ରହିଛି । ଅନ୍ୟପକ୍ଷରେ ସଙ୍ଗୀତର ନିଶା ସମ୍ପୂର୍ଣ୍ଣ ଅଲଗା ବୋଲି ବର୍ତ୍ତମାନ ୟୁଟ୍ୟୁବରେ ଚର୍ଚ୍ଚାରେ ଥିବା ଯୁବ କଳାକାର ପୀୟୂଷ ପ୍ରିୟଦର୍ଶନ କହିଛନ୍ତି । ସଙ୍ଗୀତ ଉପରେ ଯେତେ ଶିଖିଲେ ମଧ୍ୟ ତାହା ନିମିତ୍ତ ମାତ୍ର ଏବଂ ଏଥିପାଇଁ ଗୁରୁଙ୍କ ଅବଦାନ ଅତୁଳନୀୟ ବୋଲି ପୀୟୂଷ କହିଛନ୍ତି ।

Leave a Reply

Your email address will not be published. Required fields are marked *