ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଜିଠୁ ଆରମ୍ବ ହେଉଛି ଚଳିତ ବର୍ଷର ଦଶମ ପରୀକ୍ଷା |ବିଦ୍ୟାର୍ଥୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭିତରେ ପରୀକ୍ଷାକୁ ନେଇ ବଢିଛି ଆଶା ଆଶଙ୍କା ଏବଂ ଆଗ୍ରହ | ଦମପଡା ବ୍ଲକର ତାଳବସ୍ତ ସରକାରୀ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର କରାଯାଇଛି |ସ୍କୁଲ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି ତରଫରୁ ସରକାରଙ୍କ ନିୟମକାନୁନ କୁ ମାନି ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଛି | ପଦନପୁର, ଦୁଲଣାପୁର, ଦମପଡା, ସାମନ୍ତରାପୁର ଏବଂ ବିଲିପଡା ଉଚ୍ଚ ବିଦ୍ୟାଳୟର ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ଉକ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବାଶିଷ ପାଣି ଜଣାଇଛନ୍ତି | ସମ୍ପୂଣ ପରୀକ୍ଷା କେନ୍ଦ୍କୁ ସିସିଟିଭି ନିୟନ୍ତ୍ରଣ ସହିତ ଅଂଶୁଘାତକୁ ଆଖି ଆଗରେ ରଖି ପାନୀୟ ଜଳର ବ୍ୟବସ୍ଥା କରାଯାଇଛି |ନିର୍ଦ୍ଧାରିତ ସମୟ ଭିତରେ ପିଲାଙ୍କ ରବେଶ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତାଳବସ୍ତ ଫାଣ୍ଡି ଏବଂ ବାଙ୍କୀ ଥାନା ତରଫରୁ ବନ୍ଦୋବସ୍ତ କରାଯାଇଛି | କୋଡିଏ ବର୍ଷ ଧରି ନୋ କପି ଜୋନର ମାନ୍ୟତା ପାଇ ଆସିଛି ତାଳବସ୍ତ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରର ସୁନାମ ରହିବ ବୋଲି ଶିକ୍ଷକ ମାନସ କୁମାର ନନ୍ଦ ଏବଂ ପ୍ରଦୀପ୍ତ କୁମାର ପୋଥାଳ ଜଣାଇଛନ୍ତି |
ସବୁ ପ୍ରସ୍ତୁତି ଶେଷ : ଶାନ୍ତି ଶୃଙ୍ଖଳା ର ସହ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା !!!

