ନୟାଗଡରେ ବିଜୁ ମହିଳା ଜନତା ଦଳର ଜୋରଦାର ପ୍ରତିବାଦ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମୋଦି ସରକାର ଙ୍କ ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଦଳ ପକ୍ଷରୁ ପ୍ରତିବାଦ । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗ୍ୟାସ ସିଲିଣ୍ଡର ରଖି ଚୁଲି ଜଳାଇ ପ୍ରତିବାଦ ଜଣାଇଥିଲେ ମହିଳା କର୍ମିମାନେ । ନୟାଗଡ଼ ଜିଲ୍ଲା ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ ଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିବାଦ ସଭାରେ ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ପ୍ରଭାସିନୀ ନନ୍ଦ, କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା , ନୟାଗଡ଼ ପୈାରାଞ୍ଚଳ ସଭାନେତ୍ରୀ ପୁଷ୍ପଲତା ମହାପାତ୍ର, ସୁମତି ପରିଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତୀ ଗୁରୁ ପ୍ରମୁଖ ସାମିଲ ହେବା ସହ ମୋଦି ସରକାର ଡାଉନ୍ ଡାଉନ୍ , ଆଛାଦିନ କୁଆଡେ ଗଲା ପରି ସ୍ଳୋଗାନ ଦେଇ ପ୍ରତିବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *