ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଗ୍ରାହକ ଅଧିକାର ସୁରକ୍ଷା କମିଟି ତରଫରୁ ଦିବଂଗତ ସାମ୍ବାଦିକ ତଥା ବୁଦ୍ଧିଜୀବି ଶ୍ରୀଯୁକ୍ତ ନବୀନାନନ୍ଦ ଗନ୍ତାୟତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଗନ୍ତାୟତ ଦୀର୍ଘ ଦିନ ଧରି ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିଲେ । ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ , ତାଛଡ଼ା ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ । ପାରଳାଖେମୁଣ୍ଡିର ଜଣେ ସ୍ୱାଭିମାନୀ ଓ ଶାନ୍ତ, ଭଦ୍ର ସ୍ୱାଭାବର ବ୍ୟକ୍ତି ଥିଲେ । ସର୍ବଦା ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାର ଉନ୍ନତି ଓ ପ୍ରଗତି ପାଇଁ କାର୍ଯ୍ୟ କରିଆସୁଥିଲେ । ପରିଣତ ବୟସରେ ମଧ୍ୟ ଯୁବକ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ ।ସେ ଗ୍ରାହକ ଅଧିକାର ସୁରକ୍ଷା କମିଟିର ଉପଦେଷ୍ଟା ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱର୍ଗତ ଗନ୍ତାୟତଙ୍କ ପୁତ୍ର ଶ୍ରୀ ବିବେକାନନ୍ଦ ଗନ୍ତାୟତ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଙ୍ଗଠନର ଜିଲ୍ଲା କାର୍ଯ୍ୟକାରିଣୀ ସଭାନେତ୍ରୀ ତନୁଜା ଶତପଥୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିଶିର କୁମାର ଭଞ୍ଜ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ, ନଗର ସଭାପତି ରଞ୍ଜନ ମହାପାତ୍ର, ନୃସିଂହ ମାଳବିଷୋୟି, କିଶୋର ଚନ୍ଦ୍ର ଗୁରୁ, ଲିଙ୍ଗରାଜ ପାଣିଗ୍ରାହୀ,ଦାନାନା ପ୍ରଦିପ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ୱର୍ଗତ ଗନ୍ତାୟତଙ୍କୁ ମନେ ପକାଇଥିଲେ । ଶେଷରେ ଶିଶିର କୁମାର ଭଞ୍ଜ ସାମନ୍ତ ସ୍ୱର୍ଗତ ଗନ୍ତାୟତଙ୍କ ସରଳ ସ୍ୱଭାବ ଓ ପ୍ରଗତିଶୀଳ ଚିନ୍ତା ଧାରା ସମସ୍ତଙ୍କୁ ପ୍ରେରଣା ଯୋଗାଇ ଦେବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *