ବାଙ୍କୀ ( ଆୱାଜ ମିଡ଼ିଆ ) – ରଣା : ବାଙ୍କୀ ତହସିଲ କାର୍ଯ୍ୟାଳୟ ଜାଣତରେ ଲୁଟ ହେଉଛି ଖଣିଜ ସମ୍ପଦ . ବାଙ୍କୀ ଅଞ୍ଚଳ ର ବିଭିନ୍ନ ଖଣି ରୁ ରାତି ଅଧିଆ ଶହ ଶହ ଟ୍ରିପ୍ ମେଣ୍ଟାଲ, ଚିପସ୍ , ମୋରମ ଓ ବାଲି ଚୋରା ଚାଲାଣ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ଚୋରା ଚାଲାଣ ସମ୍ପର୍କରେ ତହସିଲ କର୍ତ୍ତୃପକ୍ଷଙ୍କୁ ପଚରାଗଲେ , ଖବର ଯାଇ ପହଞ୍ଚି ଯାଉଛି ଖଣି ମାଫିଆଙ୍କ ପାଖରେ . ବାଙ୍କୀ ସଦର ମହକୁମା ଉପକଣ୍ଠ ନରଗାଙ୍ଗ ଠାରେ ଥିବା ବେଆଇନ ଖଣି ରୁ ହଜାର ହଜାର ଟ୍ରିପ୍ ମେଣ୍ଟାଲ ଓ ଚିପସ୍ ଚୋରା ଚାଲାଣ କରାଯାଉଛି କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନାହିଁ . ହେଲେ ଶୁଣିବାକୁ ମିଳୁଛି ନେତା , କର୍ମୀ , କର୍ମଚାରୀ ଓ ମିଡ଼ିଆ ସମସ୍ତଙ୍କ ସାଙ୍ଗେ ମାସିକିଆ ଡ଼ିଲ ଫାଇନାଲ .


